ମଦ ଜବତ, ଦୁଇ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଧାମନଗର ଅବକାରୀ ଥାନା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦ ଜବତ କରାଯାଇଛି। ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ବ୍ଲକର ରାଢୋ ଠାରେ ଚଢ଼ାଉ କରାଯାଇ ୨୫ଲିଟର ଦେଶୀ ମଦ ଜବତ କରା ଯାଇଛି। ଏହାସହିତ ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗ୍ରାମର ବିଳାସ ଜେନାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସେହି ଭଳି ଭଣ୍ଡାରିପୋଖରୀ ଅଂଚଳର ଚୋରା ମଦ ବେପାରୀ ଅମୀୟ ରଞ୍ଜନ ପଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ଆସ୍କା ଫର୍ଟି ମଦ ୫ଲିଟର ଜବତ କରାଯାଇଛି। ଉକ୍ତ ଚଢ଼ାଉରେ ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ଅନାବାଦିତ୍ୟ ବାରିକ, ସଂଧ୍ୟାରାଣୀ ସେନାପତି, ଶିବ ପ୍ରସାଦ ସାହୁ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ