ମଦ ଜବତ, ୦୫ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ଦେଶୀ ମଦ ଜବତ କରାଯାଇଛି । ବ୍ଲକର ପୁରୀପଡ଼ା, ଡାହାଲା, ଆଖୁଆପଦା, ଜଗନ୍ନାଥପ୍ରସାଦ, ମଣିନାଥପୁର, ନଗୁଆଁ, ଅନନ୍ତପୁର ପ୍ରମୁଖ ଗ୍ରାମରେ ଚଢାଉ କରାଯାଇ ୧୩୫ ଲିଟର ଦେଶୀ ମଦ ସହିତ ୦୮ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଥିବା ଜଣାଯାଇଛି । ଏହାସହିତ ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୋଗରେ ନରେନ୍ଦ୍ର ମଳିକ, ବାଦଲ ମଳିକ, ଧନଞ୍ଜୟ ଦଳାଇ, ବାସନ୍ତୀ ଜେନା ଏବଂ ରାଜେଶ ମୁଣ୍ଡାକୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ,କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ ।