ଭାରତୀୟ ମଜଦୂର ସଂଘ ବ୍ଲକସ୍ତରୀୟ ବୈଠକ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ମୁନିଖୋଲସ୍ଥିତ କନିକା ପରମେଶ୍ୱରୀ ମନ୍ଦିର ପରିସରରେ ଭାରତୀୟ ମଜଦୂର ସଂଘର ବ୍ଲକ ସ୍ତରୀୟ ବୈଠକ ଓ ନୂତନ କାର୍ଯ୍ୟକାରୀ କମିଟି ଗଠିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଆରଏସଏସର ଜିଲ୍ଲା କୁଟୁମ୍ବ ପ୍ରାବଧାନ ପ୍ରମୁଖ ରାମକୃଷ୍ଣ ପାଣିଗ୍ରାହୀ,ମୁଖ୍ୟବକ୍ତା ବିଏମଏସ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ,ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ବିଏମଏସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ,ଉପ ସଭାପତି ଦୁର୍ଗା ମାଧବ ଘୋଷ,ଶ୍ରମିକ ନେତା ନିରଞ୍ଜନ ସେନାପତି,ଗୀତାଞ୍ଜଳି ହିଆଲ, ତମାଲ ସାହୁକାର,ଅଙ୍ଗନୱାଡ଼ି କର୍ମୀ ବ୍ଲକ ସଭାପତି ଜ୍ୟୋତ୍ସ୍ନାରାଣୀ ସାହୁ,ମହିଳା ସଂଗଠିକା ଅମ୍ବିକା ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ବୈଠକର ଶୁଭାରମ୍ଭ କରିଥିଲେ। ପରେ ଭାରତୀୟ ମଜଦୁର ସଙ୍ଘ ଗଠନର ମୂଳ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଓ ଶ୍ରମିକ ହିତ ନୀତି ଏବଂ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ। ଏଥିସହ ଶୃଙ୍ଖଳିତ,ପରିଶ୍ରମୀ ଓ ରାଷ୍ଟ୍ରଵାଦୀ ଶ୍ରମିକ ମାନଙ୍କ ଦିବ୍ୟ ଭାବନା, ପରମ କର୍ତ୍ତବ୍ୟ ଓ ସ୍ଵ ଅଧିକାର ଉପରେ କହିଥିଲେ। ଏହି ଅବସରରେ ବିଭିନ୍ନ ଶ୍ରମିକ ସଙ୍ଘ,ଅଙ୍ଗନୱାଡ଼ି ସଂଘ,ପାଚିକା ସଂଘ, ସିଆର୍ପି ସଂଘ କର୍ମକର୍ତା ଓ ସାମ୍ବାଦିକ ମାନଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା। ଶେଷରେ ସର୍ବସମ୍ମତି କ୍ରମେ ବ୍ଲକ ସଭାପତି ଭାବେ ମୁନିଗୁଡାର ଶ୍ରମିକ ନେତା କ୍ଷମାସାଗର ଦାସ,ଉପ ସଭାପତି ଅନି ମହାନ୍ତି ଓ ସୁରେନ୍ଦ୍ର ଗୌଡ଼,ସମ୍ପାଦକ ଭାବେ ସିମାଞ୍ଚଲ ମିଶ୍ର,ସହ ସମ୍ପାଦକ ଭାବେ ସମଲେଶ୍ଵରୀ ସେନାପତି ଓ ମାମିନା ପଲକିୟା ଏବଂ କୋଷାଧ୍ୟକ୍ଷ ଭାବେ ସୁନିତା ମିଶ୍ରଙ୍କୁ ଚୟନ କରାଯାଇଥିବା ବେଳେ ସାତ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା। ଉପସ୍ଥିତ ଶ୍ରମିକ ନେତା ମାନେ ନୂତନ କାର୍ଯ୍ୟକାରିଣୀ ମଣ୍ଡଳୀଙ୍କୁ ପୁଷ୍ପଗୁଛ,ଅଙ୍ଗବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ। ନୂତନ ସଭାପତି କ୍ଷମାସାଗର ଦାସ ସଭାପତିତ୍ବ ଅଭିଭାଷଣରେ କହିଥିଲେ ସଭିଙ୍କ ସହଯୋଗ କାମନା କରିବା ସହ ଶ୍ରମିକ ହିତ ପାଇଁ ସଂଗ୍ରାମ କରିବେ ବୋଲି ପ୍ରକାଶ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ