ମଦ ଜବତ ; ୩ଗିରଫ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀ ଓ ଛତବାର ଠାରୁ ବ୍ୟାପକ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିବାବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି । ଧାମନଗର ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ଅବକାରୀ ବିଭାଗ ପକ୍ଷରୁ ଗତ ବୁଧବାର ସନ୍ଧ୍ୟାବେଳେ ମଞ୍ଜୁରୀ ଠାରେ ଚଢାଉ କରାଯାଇଥିଲା । ଚଢାଉବେଳେ ବେଆଇନ ମଦ ବିକୁଥିବା ଅଭିଯୋଗରେ ଶିବପ୍ରସାଦ ମଲ୍ଲିକ ଓ ତାପୁଅ ଅଭିନ୍ନ ମଲ୍ଲିକକୁ ଅବକାରୀ ବିଭାଗ ଗିରଫ କରିଥିଲା । ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମଧ୍ୟ ୪୦ବୋତଲ ଆସ୍କାଫର୍ଟି ମଦ ଜବତ ହୋଇଥିବା ଜଣାଯାଇଛି । ସେହିଭଳି ଛତାବର ସ୍ଥିତ ରାଣୀ ହୋଟେଲ ପାଶ୍ୱର୍ରୁ ୫୫ବୋତଲ ବିଦେଶୀ ମଦ ଜବତ ହୋଇଥିବାବେଳେ ଅଭିଯୁକ୍ତ ସୁରେଶ ପୋଥାରକୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏନେଇ ଓଡିଶା ଅବକାରୀ ଆଇନ ଅନୁସାରେ ୩୯/୨୧ ଓ ୪୦/୨୧ରେ ଦୁଇଗୋଟି ମାମଲା ରୁଜ୍ଜୁ ହୋଇ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଡାଉରେ ଇନିସ୍ପେକ୍ଟର ଧନେଶ୍ୱର ବରାଡ, ଧାମନଗର ଅବକାରୀ ସବଇନ୍ସିପେକ୍ଟର ଜଗନ୍ନାଥ ମିଶ୍ର, ଏଏସଆଇ ପୁରସ୍ତମ ମଲ୍ଲିକ, କନେଷ୍ଟବଳ ଦୀପକ ରାଉତ, ମୁରଲୀ ପ୍ରଧାନ, ସୁବାଶିଷ ରାଉତ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ହୋଇଥିଲେ ।


