ମଦ ଜବଦ, ଦୁଇ ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଅବକାରୀ ଥାନା ପକ୍ଷରୁ ଆଜି ନନ୍ଦିପଦା ଥାନା ଅଧିନସ୍ଥ ସରିଦା, ଧାଇପୋଖରୀ ପ୍ରଭୃତି ଅଞ୍ଚଳରେ ଚଢ଼ାଉ କରାଯାଇ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୁଚନାରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ମେହେରଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ନିରୀକ୍ଷକ ପ୍ରଫୁଲ କୁମାର ମହାନ୍ତ ଓ ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା ଆଜି ସକାଳୁ ସକାଳୁ ନନ୍ଦିପଦା ଥାନା ସରିଦା ଗ୍ରାମରେ ଚଢ଼ାଉକରି ଅଶୋକ ପାତ୍ରଙ୍କ ନିକଟରୁ ୧୦ଲିଟର ମହୁଲି ମଦ ଜବଦ କରିଥିଲେ । ସେହିପରି ଧାଇପୋଖରୀ ଗ୍ରାମର ରୀତା ଜେନାଙ୍କ ଠାରୁ ୧୮ଲିଟର ମହୁଲି ମଦ ଜବଦ କରିବା ସହିତ ଦୁଇଜଣ ଯାକ ମଦବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେମାନଙ୍କ ଜାମିନି ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଥବବା ଜଣାଯାଇଛି । ଆଜିର ଏହି ଚଢ଼ାଉରେ କନେଷ୍ଟବଳ ସୁଶାନ୍ତ କୁମାର ରାଉତ, ମନୋ ଗିରି ମାଝି, ଲକ୍ଷ୍ମୀ ମହାନ୍ତ, ନିବେଦିତା ମାଝି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ