ମଦ ବିରୋଧୀ ଆନେ୍ଦାଳନ ତେଜିଲା
ଯୋଡ଼ା, (ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲା ବାମେବାରୀ ଥାନା ତଥା ଜଲହରି ଗ୍ରାମ ପନଚାୟତର ବିଭିନ୍ନ ଅଂଚଳରେ ଚୋରା ମଦ କାରବାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ଯୋଗୁ ଅଂଚଳରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ପାରିବାରିକ ହିଂସା ଘଟି ଅଂଚଳ ଅଶାନ୍ତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁÂାନ ଅଭାବରୁ ଅଂଚଳରେ ମଦ କାରବାର ଖୋଲାଖୋଲି ଭାବେ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜଲହରି ଗ୍ରାମପନଚାୟତରେ ଥିବା ୫୦ ଗୋଟି ସ୍ୱୟଂ ସହାୟକ ଗୋÂୀ ମିଳିତ ହୋଇ ଏକ ଗଜଲକ୍ଷ୍ମୀ ମହାସଂଘ ଗଠନ କରି ଅଂଚଳରେ ମଦମୁକ୍ତି ଅଭିଯାନ ପାଇଁ ଅନ୍ଟା ଭିଡିଛନ୍ତି । ସୋମବାର ପୂର୍ବାହ୍ନ ୧୧ ଘଟିକାରେ ଜଲହରି ଗ୍ରାମପନଚାୟତ କାର୍ଯ୍ୟାଳୟଠାରେ ଶତାଧିକ ମହିଳା ସଂଗଠିତ ହୋଇ ମଦ ବିରୋଧୀ ଅଭିଯାନ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ ବାମେବାରୀ ପୋଲିସ ର ଉପସ୍ଥିତିରେ ମହିଳାମାନେ ଜଲହରି ଗ୍ରାମ ପନଚାୟତର କେମେସି ହଟିଂ , ଷ୍ଟେଟ୍ ବ୍ୟାଙ୍କ ଛକ, କପୁର ହଟିଂ, ନୁ୍ୟ କଲୋନୀ, ଜଲହରି ବସ୍ତି ପ୍ରଭୃତି ଅଂଚଳକୁ ଯାଇଥିଲେ । ଘରକୁ ଘର ଯାଇ ଚୋରା ମଦ ବିରୋଧୀ ଅଭିଯାନର ଉଦେ୍ଧଶ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ ଏବଂ ହଟିଂ , ବସ୍ତି ମାନଙ୍କରେ ଯେଉଁମାନେ ମଦ କାରବାର କରୁଥିଲେ , ସେମାନଙ୍କୁ ପୋଲିସ ସମୁଖରେ ମଦ କାରବାର ବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲେ । ମଦ ବ୍ୟବସାୟୀଙ୍କୁ ଘର ଚାରିପାଖ ବୁଲି କାରବାର ସମ୍ବନ୍ଧରେ ସନ୍ଧାନ କରିଥିଲେ । ଏହି ମହିଳା ମଦ ବିରୋଧୀ ଅଭିଯାନ ଆରମ୍ଭ ହେବା ପୂର୍ବରୁ ମଦ ବ୍ୟବସାୟୀମାନେ ଘରେ ତାଲା ଲଗାଇ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ମଧ୍ୟ ମହିଳାମାନଙ୍କ କହିବା ଅନୁଯାୟୀ ବିଭିନ୍ନ ଗଳି, ବସ୍ତିରେ ପଶି ଚଢାଉ କରିଥିଲା । ହେଲେ ମଦ ବ୍ୟବସାୟୀଙ୍କ ପାଖରୁ କୌଣସି କାରବାର ସମ୍ବନ୍ଧୀୟ ପା୍ରମାଣିକ ତଥ୍ୟ ପାଇପାରିନଥିବାରୁ କାହାକୁ ଗିରଫ କରିନଥିଲା । ତେବେ ବାମେବାରୀ ପୋଲିସ ମଧ୍ୟ ମଦ କାରବାରକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲା । ଏହି ମଦ ବିରୋଧୀ ଅଭିଯାନ ସମ୍ପର୍କରେ ସ୍ଥାନୀୟ ସରପନଚ ମିତା ମୁଣ୍ଡା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏହି ଅଭିଯାନକୁ ସେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି । ପନଚାୟତର ବିଭିନ୍ନ ସ୍ଥାନରେ ହେଉଥିବା ମଦ , ଭାଙ୍ଗ, ଗଞ୍ଜେଇ, ଅଫିମ ଓ ନିଶା ଔଷଧ ବିକ୍ରୟକୁ ବନ୍ଦ କରିବା ପାଇଁ ମହିଳା ସଂଘକୁ ସହଯୋଗ କରିବେ । ଏଥିପାଇଁ ସେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ଜଲହରି ଗ୍ରାମପନଚାୟତ ସମିତିସଭ୍ୟା ଶାବିତ୍ରୀ ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ଥାନୀୟ ଅଂଚଳରେ ମଦ ବିକ୍ରୟ ହେତୁ ସ୍ଥାନୀୟ ଛୋଟ ଛୋଟ ପିଲାମାନେ ନିଶା କବଳରେ ପଡି ଅଳ୍ପ ବୟସରେ ପାଠପଢା ଛାଡୁଛନ୍ତି । ମଦ ନିଶାଗ୍ରସ୍ଥ ହୋଇ ବିଭିନ୍ନ ସମୟରେ କିଛି ବ୍ୟକ୍ତି ଙ୍କର ଅକାଳ ମୃତୁ୍ୟ ହେବା ଯୋଗୁ ମହିଳାମାନେ ବିଧବା ହେଉଛନ୍ତି । ପନଚାୟତର ସ୍ୱୟଂସହାୟକ ଗୋÂୀର ମହିଳାମାନେ ଯେଉଁ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି , ତାହାକୁ ଆଗାମୀ ଦିନରେ ତୀବ୍ରତର କରିବା ପାଇଁ ସେ ପୂର୍ଣ୍ଣ ସମର୍ଥନ ଦେବେ । ଗଜଲକ୍ଷ୍ମୀ ମହାସଂଘର ସଭାପତି ନାଗିନ୍ ମଂଜରୀ ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଂଚଳରେ ହେଉଥିବା ମଦ , ଭାଙ୍ଗ , ଗଞ୍ଜେଇ ଭଳି ବିଭିନ୍ନ ନିଶା ଦ୍ରବ୍ୟ କାରବାରକୁ ରୋକିବା ପାଇଁ ପୂର୍ବରୁ ଏକ ସଚେତନତା ରାଲି କରାଯାଇଥିଲା । ଏହି ରାଲିରେ ଅଂଚଳର ମଦ ବ୍ୟବସାୟୀଙ୍କୁ ୧୫ ଦିନ ମଧ୍ୟରେ ନିଶା କାରବାରକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲେ । ଏହି ସମୟ ମଧ୍ୟରେ ମଦ କାରବାର ବନ୍ଦ ନହେବାରୁ ଏହା ବିରୋଧରେ କାର୍ଯ୍ୟାନୁÂାନ ପାଇଁ ଚମ୍ପୁଆ ଉପଜିଲାପାଳ ଓ ବଡବିଲ ଏସଡିପିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ସ୍ଥାନୀୟ ପୋଲିସର ସହାୟତାରେ ସ୍ଥାନୀୟ ଅଂଚଳରେ ହେଉଥିବା ମଦ କାରବାର ବନ୍ଦ କରିବା ପାଇଁ ବାମେବାରୀ ପୋଲିସକୁ ମଧ୍ୟ ଜଣାଇଥିଲେ । ସଂଘର ସଂପାଦିକା କୌଶଲ୍ୟା କେରାଇ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ବିଷାକ୍ତ ଚୋରାମଦ ପିଇ ଲୋକେ ବିଭିନ୍ନ ମାରତ୍ମକ ରୋଗର ଶିକାର ହେଉଛନ୍ତି । ନିଶାଦ୍ରବ୍ୟର କାରବାର ବଢିବା ହେତୁ ମହିଳାମାନେ ଅଧିକ ନିର୍ଯ୍ୟାତନା ଓ ଶୋଷଣର ଶିକାର ହେଉଛନ୍ତି । ପାରିବାରିକ କଳହ ଘଟି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେଉଥିବା ସେ କହିଛନ୍ତି ।ଏହି ସବୁ ସମସ୍ୟାରୁ ସମାଜକୁ ମୁକ୍ତ କରିବା ଲାଗି ମହାସଂଘ ପକ୍ଷରୁ ଦୃଢ ନିଷ୍ପତି ନିଆଯାଇ ଏହି ମଦବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିବା ଜୟଗଣେଶ ସ୍ୱୟଂ ସହାୟକା ଗୋÂୀ, ସିଦେ୍ଧଶ୍ୱର, ଗୌରୀ ଶଙ୍କର, ଭୋଳା ଶଙ୍କର, ଶ୍ରୀ ଗଣେଶ, ମାମଙ୍ଗଳା, ମା ଦୁର୍ଗା, ମା ଲକ୍ଷ୍ମୀ , ସ୍ୱୟଂ ସାଇ, ମା ସନ୍ତୋଷୀ , ମାତାରିଣୀ, ଜୟ ମା ଦୁର୍ଗା ପ୍ରଭୃତି ସ୍ୱୟଂ ସହାୟିକା ଗୋÂୀର ମହିଳାମାନେ ପ୍ରତିକ୍ରିୟାରେ କହିଛନ୍ତି । ଏହି ଅଭିଯାନ ପ୍ରତି ମାସରେ ଥରେ ପୋଲିସର ସହାୟତାରେ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।