ମଦ ଭାଟି ବନ୍ଦ କରିବା ଦାବି ରେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଗାଁ ପାଖରେ ଥିବା ଗୋଟିଏ ଦେଶୀ ମଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ବୁଧବାର ଛତ୍ରପୁର ବ୍ଲକ ସାନ ନୋଲିଆନୂଆଗାଁ ଓ ବଡ ନୋଳିଆନୂଆଗାଁ ଗ୍ରାମବାସୀ ଦାବି କରିଛନ୍ତି । ଏମର୍ମରେ ଅଗସ୍ତିନୂଆଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପି.ସିମାଦ୍ରୀ ଓ ସାନ ନୋଳିଆନୂଆଗାଁ ସଭାପତି ଏ.ବାଲରାଜୁ, ଏବଂ ଗ୍ରାମବାସୀମାନେ ଆଜି ପୁଣିଥରେ ଅବକାରୀ ଅଧୀକ୍ଷକ, ଗଞ୍ଜାମ ଏସ୍‌ପି ଏବଂ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ସଂକ୍ରାନ୍ତରେ ଗତ ମଇ ୨୬ ତାରିଖରେ ଦୁଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏଦିଗରେ ପ୍ରଶାସନ କିମ୍ବା ଅବକାରୀ ବିଭାଗ ପକ୍ଷରୁ କର୍ଣ୍ଣପାତ କରାଯାଉ ନାହିଁ । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଦୁଇ ଗ୍ରାମର ମହିଳା ଓ ପୁରୁଷ ସମୂହ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦୁଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ଗାଁରେ ଥିବା ମଦଭାଟିରୁ ନିର୍ଗତ ପୋଚ ପାଣିର ଦୁର୍ଗନ୍ଧ ହେଉଛି, ଯଦ୍ୱାରା ଗାଁରେ ଅଧିକାଂଶ ଲୋକ ଏବଂ ଗାଇ ଗୋରୁ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଉଛନ୍ତି । ନିର୍ଗତ ପୋଚ ପାଣି ନିଷ୍କାସନ ଦ୍ୱାରା ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହେଉଛି । ଏହି ମଦଭାଟି ଜନଗହଳି ପୂର୍ଣ୍ଣ ରାସ୍ତା ନିକଟରେ ଥିବାରୁ ମଦ ଭାଟି ପାଖରେ ବାହାରର ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି । ଗ୍ରାମରେ ପୁରୁଷମାନେ ମାଛ ମାରି ଗ୍ରାମବାସୀ ଜୀବିକା ନିର୍ବାହ କରୁଥିବା ବେଳେ ମହିଳାମାନେ ମୂଲ ଖଟୁଛନ୍ତି । କିନ୍ତୁ ମଦ ବିକ୍ରି ହେଉଥିବାରୁ ଗ୍ରାମରେ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଛି । ମହିଳା ଓ ଯୁବତୀମାନେ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ତୁରନ୍ତ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ମଦ ଭାଟି ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ସ୍ମାରକ ପତ୍ର ପ୍ରଦାନ ସମୟରେ ସରପଞ୍ଚଙ୍କ ସମେତ ଡବ୍ଲୁ.କେଦାର, ଡି.କାମେୟା, ଡି.ବାବାଜୀ,ପି.ତାତାଲୀ, ଏ.ସିମାଲୀ, କୁନା ସାହୁ, ଏ.କାମେସୁ, ପି,ଗୁରେୟା,ଏ.ଗୁରେୟା,ଏ.ସନ୍ୟାସୀ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ