ମଧୁପୁରା ଅନନ୍ତପୁର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ଦିନ ମଧୁପୁରା ଅନନ୍ତପୁର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତ, ସଭାପତି କୃଷ୍ଣ ଚନ୍ଦ୍ର ସାହା, ଉମାକାନ୍ତ ଜେନା, ହରେନ୍ଦ୍ର ନାୟକ, ସୁଦର୍ଶନ ଜେନା,ସ୍କୁଲର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ ପିଲାମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଗଛ ଆମ ପରିବେଶ ପାଇଁ ଏକାନ୍ତ ଆବଶ୍ୟକ। ଦିନକୁ ଦିନ ବଢୁଥିବା ବାୟୋ ଏବଂ ପରିବେଶ ପ୍ରଦୂଷଣ କୁ ରୁକିବା ପାଇଁ ଆମେ ପ୍ରତ୍ୟେକେ ଗଛ ଲଗାଇବା ନିହାତି ଆବଶ୍ୟକ ବୁଲି ବିଧାୟକ ଉପସ୍ଥିତ ପିଲାମାନଙ୍କୁ କହିଥିଲେ। ଏହା ପରେ ସମସ୍ତେ ମିଶି ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ।