ମଧୁମେହରୁ ଆରାମ ଦେବ ଆକ୍ୟୁପଙ୍କଚର ଥେରାପି

ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ ଯୋଗୁ ଅଧିକାଂଶ ଲୋକଙ୍କଠାରେ ଟାଇପ୍‌ ୨ ମଧୁମେହ ସମସ୍ୟା ଦେଖିବାକୁ ମିଳିଥାଏ। ଏହି ସମସ୍ୟାରୁ ଆରାମ ପାଇବା ଲାଗି ଲୋକେ ବିଭିନ୍ନ ପ୍ରକାରର ଔଷଧ ସେବନ କରି ଚିକିତ୍ସା କରିଥାନ୍ତି। ତଥାପି ସେମାନଙ୍କୁ ଶୀଘ୍ର ଆରାମ ମିଳି ନ ଥାଏ। କେତେକ ବିଶେଷଜ୍ଞ ଏହାର ଉପଚାର ପାଇଁ ପାରମ୍ପରିକ ଚାଇନିଜ ଥେରାପି ଆକ୍ୟୁପଙ୍କଚର କରିବା ଲାଗି ପରାମର୍ଶ ଦେଇଛନ୍ତି। ଏହାଦ୍ବାରା କେବଳ ମଧୁମେହ ସମସ୍ୟା ନୁହେଁ କ୍ରୋନିକ ପେନ୍‌, ବାଞ୍ଝପଣ, ମୁଣ୍ଡବିନ୍ଧା ଭଳି ସମସ୍ୟା ଦୂର କରାଯାଇପାରିବ। ଏହାର ପ୍ରୟୋଗରେ ଉପରୋକ୍ତ ସମସ୍ୟାଗୁଡ଼ିକରୁ ଆରାମ ମିଳିଥାଏ। ଚାଲନ୍ତୁ ଜାଣିବା ଆକ୍ୟୁପଙ୍କଚର କିପରି କାମ କରିଥାଏ।
ଆକ୍ୟୁପଙ୍କଚର କ’ଣ
ଆକ୍ୟୁପଙ୍କଚର ଏକ ଚାଇନିଜ୍‌ ଥେରାପି, ଯେଉଁଥିରେ ଛୁଞ୍ଚିକୁ ଚର୍ମରେ ଲଗାଇ ସମସ୍ୟାର ସମାଧାନ କରାଯାଇଥାଏ। ଏହାଦ୍ବାରା ଶରୀରର ପ୍ରଭାବିତ ଅଙ୍ଗରେ ଶକ୍ତିର ସଞ୍ଚାର ହୋଇଥାଏ। ଏହା ରୋଗର ଲକ୍ଷଣକୁ ମୂଳରୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଆକ୍ୟୁପଙ୍କଚର କରିବା ଦ୍ବାରା ଶରୀରରେ ସକାରାତ୍ମକ ଏନିର୍ଜି ଉତ୍ପନ୍ନ ହୋଇଥାଏ। ଏହା ଯେ କୌଣସି ପ୍ରକାରର ଯନ୍ତ୍ରଣାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।
ଠିକ୍‌ ରଖିଥାଏ ଇନ୍‌ସୁଲିନ୍‌ ସ୍ତର
ଆକ୍ୟୁପଙ୍କଚର ଉପାୟ ଅବଲମ୍ବନ କଲେ କେବଳ ଶରୀରରେ ହେଉଥିବା ଯନ୍ତ୍ରଣା କମ୍‌ ହୋଇ ନ ଥାଏ, ବରଂ ଏହା ମଧୁମେହ ଆଶଙ୍କା ଓ ଏହାର ଖରାପ ପ୍ରଭାବକୁ କମ୍‌ କରି ଅଗ୍ନାଶୟର କାର୍ଯ୍ୟକୁ ନିୟନ୍ତ୍ରିତ କରି ଇନ୍‌ସୁଲିନ୍‌ ସ୍ତରକୁ ଠିକ୍‌ ରଖିବାରେ ସାହାଯ୍ୟ କରେ। ଏହାଦ୍ବାରା ଶରୀରରେ ମଧୁମେହର ଉପଯୁକ୍ତ ମାତ୍ରା ରହିଥାଏ। ଏଥିସହିତ ଆକ୍ୟୁପଙ୍କଚର ଦ୍ବାରା ମୋଟାପଣ ସହିତ ଲଢ଼ିବାରେ ମଧ୍ୟ ବହୁତ ସାହାଯ୍ୟ ମିଳିଥାଏ।
ଏଭଳି କରିଥାଏ କାମ
ଯେତେବେଳେ ଆମ ଶରୀରରେ ଲୋ ଇଣ୍ଟେନ୍‌ସିଟି ଆକ୍ୟୁପଙ୍କଚର ପଦ୍ଧତି ପ୍ରୟୋଗ କରାଯାଏ, ଏହାର ବହୁତ ଭଲ ପ୍ରଭାବ ପଡ଼ିଥାଏ। ମଧୁମେହ ରୋଗୀ ସପ୍ତାହରେ ଦୁଇ ଥର ୨୦ରୁ ୩୦ ମିନିଟ୍‌ ଆକ୍ୟୁପଙ୍କଚର କରିବା ଉଚିତ। ଏଥିରେ ଛୁଞ୍ଚିକୁ ଟ୍ରିଗର ପଏଣ୍ଟରେ ଲଗାଯାଇଥାଏ। ଏହାଦ୍ବାରା ଗୋଟିଏ ଛୁଞ୍ଚିରୁ ଅନ୍ୟ ଛୁଞ୍ଚିକୁ କମ୍‌ ବେଗରେ ଇଲେକ୍ଟ୍ରିକାଲ ଭାରିଏସନ୍‌ ପାସ୍‌ ହୋଇଥାଏ।
ଫାଇଦା
ଆକ୍ୟୁପଙ୍କଚର ପଦ୍ଧତିର ବହୁତ କମ୍‌ ପାର୍ଶ୍ବ ପ୍ରତିକ୍ରିୟା ରହିଛି। ଏହାକୁ ଅନ୍ୟ ଚିକିତ୍ସା ସହିତ ମଧ୍ୟ କରାଯାଇପାରିବ। ଏହା ମଧୁମେହ ସହିତ ଅନ୍ୟ ବିଭିନ୍ନ ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ପାର୍ଶ୍ବ ପ୍ରତିକ୍ରିୟା
ଆକ୍ୟୁପଙ୍କଚର କରିବା ପରେ ହାଲୁକା ଯନ୍ତ୍ରଣା, ରକ୍ତ ବାହାରିବା ଓ ଚମଡ଼ା ଛାଡ଼ିବା ଭଳି ସମସ୍ୟା ହୋଇପାରେ। ଅସାବଧାନତାବଶତଃ କୌଣସି ଭୁଲ୍‌ ସ୍ଥାନରେ ଛୁଞ୍ଚି ଫୋଡ଼ି ହୋଇଗଲେ, ଶରୀର ଭିତରେ ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚିପାରେ। ଏଣୁ ଏଥିପ୍ରତି ସାବଧାନତା ଅବଲମ୍ବନ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ