ହ୍ୟାଙ୍ଗଓଭର୍‌ ଦୂର କରିବାର ଉପାୟ

କୌଣସି ପାର୍ଟି ହେଉ ବା ବିବାହ ଉତ୍ସବ, ସବୁଥିରେ ଲୋକମାନେ ମଦ୍ୟପାନ କରିଥାଆନ୍ତି। ମଦ୍ୟପାନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥିଲେ ମଧ୍ୟ ଲୋକମାନେ ଏହାକୁ ସଉକ୍‌ ମନେକରି ଗ୍ରହଣ କରିଥାଆନ୍ତି। ଏଥିସହିତ ଅଫିସ୍‌ର ଟେନ୍‌ସନ ଓ ଘର ଲୋକଙ୍କଠାରୁ ବଞ୍ଚିବା ପାଇଁ ଲୋକେ ବହୁତ କିଛି କରିଥାନ୍ତି। ହ୍ୟାଙ୍ଗଓଭର ହଟାଇବା ଲାଗି କେତେକ ଟିପ୍ସ ପାର୍ଟି ପୂର୍ବରୁ ଓ କେତେକ ପାର୍ଟି ପରେ ଅନୁସରଣ କରିପାରିବେ।
ଖାଲି ପେଟରେ ପିଅନ୍ତୁନି
ପାର୍ଟିରେ ଯାଉଥିଲେ ଖାଇବା ପିଇବା ଜୋର୍‌ଦାର କରିବା ସାଧାରଣ କଥା। କିନ୍ତୁ ଧ୍ୟାନରେ ରଖନ୍ତୁ ଖାଲି ପେଟରେ କେବେ ବି ମଦ୍ୟପାନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କର ପେଟ ଜନିତ ଅନେକ ସମସ୍ୟା ହେବା ସହିତ ଶୀଘ୍ର ହ୍ୟାଙ୍ଗଓଭର ହୋଇପାରେ। ପିଇବା ଆରମ୍ଭ କରିବା ପୂର୍ବରୁ ପାରାସିଟାମଲ କିମ୍ବା ଆଣ୍ଟାସିଡ୍‌ ଖାଇ ନିଅନ୍ତୁ। ଏପରି କରିବା ଦ୍ବାରା ହ୍ୟାଙ୍ଗଓଭର ଓ ଏସିଡିଟି ଦୂର ହୋଇଯିବ।
ପାଣି ପିଅନ୍ତୁ
ସକାଳୁ ଊଠିବା ପରେ ପ୍ରଥମେ ଯଥାସମ୍ଭବ ଅଧିକ ପାଣି ପିଅନ୍ତୁ। ବ୍ଲାକ୍‌ ଟି’, ଚା’ ଓ କଫି ନିହାତି ଭାବେ ସେବନ କରନ୍ତୁ। କଫି ସେବନ କରିବା ଦ୍ବାରା ମସ୍ତିଷ୍କକୁ ଶୀଘ୍ର ଏନର୍ଜି ମିଳିଥାଏ। ନିଜକୁ ଓ୍ବାର୍ମଅପ୍‌ କରିବାକୁ ଚେଷ୍ଟା କରନ୍ତୁ ଓ ଠିକ୍‌ ସମୟରେ ଗାଧାନ୍ତୁ। ଏପରି କରିବା ଦ୍ବାରା ରାତିର ନିଶା ସକାଳୁ ଛାଡ଼ିଯିବ। କିଛି ମିଠା ନିହାତି ଭାବେ ଖାଆନ୍ତୁ। ତୁରନ୍ତ ଭଲ ଅନୁଭବ ହେବ।
ଶୋଇ ଯାଆନ୍ତୁ
ଯଦି ସମୟ ଅଛି, ତେବେ ସକାଳ ଜଳଖିଆ ଖାଇବା ପରେ କିଛି ସମୟ ପାଇଁ ଶୋଇ ଯାଆନ୍ତୁ। ଉଠିବା ପରେ ଗରମ ପାଣିରେ ମହୁ ମିଶାଇ ପିଅନ୍ତୁ କିମ୍ବା ଅଦା ଚା’ ପିଅନ୍ତୁ। ଆପଣଙ୍କ ଶରୀର ଓ ମସ୍ତିଷ୍କ ଉଭୟ ତାଜା ଅନୁଭବ କରିବ।
ଆଲ୍‌କୋହଲ ବଦଳରେ ଏସବୁ ଚୟନ କରନ୍ତୁ
ପାର୍ଟିରେ ଜରୁରୀ ନୁହେଁ, ଆପଣ କେବଳ ଆଲ୍‌କୋହଲ ଉପରେ ଫୋକସ୍‌ କରିବେ। ଆପଣ କୋକ, ଜୁସ୍‌ କିମ୍ବା ଅନ୍ୟ ସଫ୍ଟ ଡ୍ରିଙ୍କସ୍‌ ମଧ୍ୟ ଚୟନ କରିପାରିବେ।
ପୂର୍ବରୁ କିଣି ରଖନ୍ତୁ ଟାବ୍‌ଲେଟ୍‌
ଏସିଡିଟିକୁ ଶାନ୍ତ କରିବା ଓ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ଲାଗି କେତେକ ଟାବ୍‌ଲେଟ୍‌ ପୂର୍ବରୁ ହିଁ କିଣି ସାଙ୍ଗରେ ରଖନ୍ତୁ। ଯାହାଫଳରେ ହ୍ୟାଙ୍ଗଓଭର ଉତୁରିବାବେଳେ ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଏସିଡିଟି ଭଳି ସମସ୍ୟା କରିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ