ମଧୁମେହ ବିଶେଷଜ୍ଞଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

ରାଉରକେଲା, (ଯୁଗାବ୍ଦ ନ୍ୟୁଜ) : ରାଉରକେଲାର ସ୍ୱନାମଧନ୍ୟ ମଧୁମେହ ବିଶାରଦ ଡ.ଏ.ନାଏକଙ୍କୁ ଆମେରିକାର ସେଣ୍ଟ୍ରାଲ ୟୁନିଭରସିଟି ପକ୍ଷରୁ ସମ୍ମାନଜନକ ପି.ଏଚ୍ଡି ଉପାଧି ହାଇଦ୍ରାବାଦ ଠାରେ  ପ୍ରଦାନ କରାଯାଇଛି । ମଧୁମେହ ଚିକିତ୍ସା ଓ ଏହାର ନିରାକରଣ ଦିଗରେ ଡ.ନାଏକଙ୍କ ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇ ତାଙ୍କୁ ଉକ୍ତ ମର୍ଯ୍ୟାଦାସମ୍ପନ୍ନ ଉପାଧି ପ୍ରଦାନ କରାଯାଇଛି । ଇଣ୍ଡିଆନ ସାର୍ଟିଫାଏଡ୍ ଫାଇନାନସିଆଲ ଆନାଲିଟିକାଲ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରଦତ୍ତ ଏହି ଉପାଧି ଅନୁଷ୍ଠାନର କୁଳପତି ଡ.ଜଗନ୍ନାଥ ପଟ୍ଟନାୟକ ପ୍ରଦାନ କରିଛନ୍ତି । ତେଲେଙ୍ଗାନାର ବିଜେପି ରାଜ୍ୟ ସଭାପତି ଡ.କେ. ଲକ୍ଷ୍ମଣ, ଆମେରିକାନ ୟୁନିଭରସିଟିର ଭାରତୀୟ ପ୍ରତିନିଧି ଡ.ଦିଲ୍ଲୀପ ପାନସାରି ତଥା ଡ. ରାଜେଶ ପ୍ରମୁଖ ଏହି ଉପାଧି ପ୍ରଦାନ ଉତ୍ସବରେ ଉପସ୍ଥିତ ଥିଲୋ ଡ.ନାଏକ ୫ ବର୍ଷ ପୂର୍ବେ ଚେନ୍ନାଇ ଠାରେ ଜଣେ ଡାଏବେଟିସ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟାରମ୍ଭ କରିଥିଲୋ ଏହାପରେ ତାଙ୍କ ଶୁଭଚିନ୍ତକ ଓ ପରିବାର ଲୋକଙ୍କ ଠାରୁ ପ୍ରେରଣା ପାଇ ରାଉରକେଲା ଠାରେ ସ୍ୱିଟ୍ ଲାଇଫ୍ ଡାଏବେଟିକ୍ କେୟାର ନାମକ ଏକ ଚିକିତ୍ସା ସଂସ୍ଥା ମାଧ୍ୟମରେ ଶହ ଶହ ରୋଗୀଙ୍କ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ କରିଆସୁଛନ୍ତି । ରାଉରକେଲା ବ୍ୟତୀତ ବଣାଇଁ, ଦେବଗଡ, ପାଲଲହଡା, ବୀରମିତ୍ରପୁର, ସିମ୍ଡେଗା, ମନୋହରପୁର ଏବଂ ଚାଇଁବାସା ଇତ୍ୟାଦି ଅଞ୍ଚଳର ପ୍ରାୟ ୭ ହଜାରରୁ
ଊଦ୍ଧ୍ୱର୍ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଲୋକଙ୍କ ପ୍ରିୟ ଭାଜନ ହେବା ସହ ମଧୁମେହ ଚିକିତ୍ସା କ୍ଷେତ୍ରରେ ଏକ ରେକର୍ଡ ସୃଷ୍ଟି କରିପାରିଛନ୍ତି । ଡ. ନାଏକ ବଣାଇଁ ବିକାଶ ପରିଷଦ, ଲାଇନ୍ସ କ୍ଲବ୍, ବୃହତ୍ତର ଚଷାଖଣ୍ଡ ସମାଜ ଭଳି ବିଭିନ୍ନ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ସହାୟତାରେ ନିଃଶୁଳ୍କ ସେବା ଯୋଗାଇ ଜନକଲ୍ୟାଣ ପାଇଁ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି । ଆଗାମୀ ଦିନରେ ଲୋକଙ୍କ ସେବା କ୍ଷେତ୍ରରେ ତାଙ୍କର ଏହି ଉଦ୍ୟମ ଜାରି ରଖିବେ । ଔଷଧ ନୁହେଁ, ବରଂ ଜୀବନ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରି ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ଡ. ନାଏକ କହନ୍ତି ବୋଲି ସ୍ୱିଟ୍ ଲାଇଫ୍ ଡାଇବେଟିକ୍ କେୟାରର ଲୋକସମ୍ପର୍କ ଅଧିକାରୀ ସ୍ୱରୂପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ