ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଆରା ଦଣ୍ଡବିଧାନ

ଦୁଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଏମିତି ସଜା ଦେଇଛନ୍ତି, ଜାଣିଲେ ପ୍ରଶଂସା ନ କରି ରହିପାରିବେନି । ଦୁଇ ଅଭିଯୁକ୍ତ ଏକ ସ୍କୁଲ ନିକଟରେ ଗୁଳି ଚଳାଇଥିଲେ । ତେବେ କୋର୍ଟ ଏହାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ସେହି ସ୍କୁଲ ଏବଂ ଆଖପାଖରେ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଶୀଲ୍ ନାଗୁ ଅଭିଯୁକ୍ତ ଦ୍ୱୟଙ୍କୁ ୧୦୦ଟି ଫଳଗଛ ଲଗାଇବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି । ଖାଲି ଏତିକି ନୁହେଁ ଗଛ ଲଗାଇବା ସହ ଏଥିରେ ବର୍ଷେ ପର୍ଯ୍ୟନ୍ତ ପାଣି ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଖର୍ଚ୍ଚରେ ଗଛ ଚାରିପଟେ ବାଡ଼ ବୁଜିବାକୁ ନିର୍ଦ୍ଦେଶ ରହିଛି । କୋର୍ଟ ଆଦେଶ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ଏହାକୁ ତଦାରଖ ପାଇଁ ବରିଷ୍ଠ ସରକାରୀ ଓକିଲ ସ୍କୁଲକୁ ଯାଇ ଟ୍ରାଏଲ କୋର୍ଟରେ ରିପାର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ପ୍ରକାଶଥାଉ କି, ଭିଣ୍ଡ୍ ଜିଲ୍ଲା ଗୋହଦ ତହସିଲ ଅନ୍ତର୍ଗତ ଖନେତା ଗ୍ରାମ ନିବାସୀ ସିକନ୍ଦର ଏବଂ ଲଲୁ ୨୬ ଜାନୁଆରୀ ୨୦୧୯ରେ ସ୍କୁଲ ନିକଟରେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଥିଲା । ୧୬ ଫେବୃୟାରୀରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା । ଦୁଇ ଜେଣ ୫୦ ହଜାର ଟଙ୍କା ଲେଖାଏଁ ଦେଇ ସର୍ତ୍ତରେ ଜାମିନରେ ଆସିଥିଲେ । ମଧ୍ୟପ୍ରଦେଶର କୋର୍ଟଙ୍କ ଉପରୋକ୍ତ ଆଦେଶକୁ ସାଧାରଣରେ ଢେର ପ୍ରଶଂସା କରାଯାଇଛି । ଏପରି ଆଦେଶ ଦେବା ଦ୍ୱାରା ସାମାଜିକ କାର୍ଯ୍ୟ ପ୍ରତି ଅଭିଯୁକ୍ତଙ୍କ ମନୋ ନିବେଶ ସହ ପରିବେଶ ସୁରକ୍ଷା ହୋଇପାରିବ । ଅନ୍ୟମାନେ ମଧ୍ୟ ଏଥିରୁ ସଚେତନ ହେବେ ବୋଲି ଜଷ୍ଟିସ ନାଗୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ