ମଧୁସୂଦନ ଜୟନ୍ତୀ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ପକ୍ଷରୁ ଏକ ପ୍ରସ୍ତୁତ ବୈଠକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ପୁରୁଷୋତ୍ତମ ବିଶ୍ୱାଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆସନ୍ତା ଏପ୍ରିଲ ୨୮ ତାରିଖ ଗୁରୁବାର ସନ୍ଧ୍ୟା ୬ଟାରେ ‘ସଦଭାବନା ସଭାଗୃହ’ ପରିସରରେ ହେବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି । ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ସଦର ବିଧାୟକ ସ୍ୱରୂପ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ପରିଷଦର କର୍ମକର୍ତ୍ତାମାନେ ଏହି ବୈଠକରେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତ୍ରିଦୀପ ନାୟକ, ଭାବଗ୍ରାହୀ ମହାନ୍ତି, ସମରେନ୍ଦ୍ର କୁମାର ଦାସ, ପ୍ରଜ୍ଞାପାରିମିତା ବିଶ୍ୱାଳ, ଅଖିଳ କୁମାର ଦାସ, ଉମେଶ ବାରିକ, ବିନୋଦ ବିହାରୀ ନାୟକ, ଦେବେନ୍ଦ୍ର ନାଥ ଧଳ, ପ୍ରତାପ ମହାନ୍ତି, ପ୍ରଣିତା ମିଶ୍ର ଓ ରୋଜି ପଟ୍ଟନାୟକ ପ୍ରମୁଖ ପରିଷଦର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ