ମଧ୍ୟପ୍ରାଚ୍ୟ ନିଆଁରେ ହମାସ, ହିଜିବୁଲ୍ଲା ଓ ହୁତୀ
ଗତ ଦୁଇ ସପ୍ତାହ ମଧ୍ୟରେ ଲେବାନନରେ ଇସ୍ରାଏଲର ଆକ୍ରମଣ ଜୋରଦାର ହୋଇଛି। ଏହି ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଦେଶ ଛାଡ଼ି ପଳାୟନ କରୁଛନ୍ତି। ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା l ଇସ୍ରାଏଲ ୱେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପ ଦଖଲ କରିନେବା ଦ୍ଵନ୍ଦର ମୂଳ କାରଣ ବୋଲି କୁହାଯାଏ l ଅନ୍ୟ କାରଣ ମଧ୍ୟରେ ରହିଛି- ଜେରୁଜେଲମର ମାନ୍ୟତା ଉପରେ ପ୍ରତିବନ୍ଧକ, ଇସ୍ରାଏଲର ଜୋର ଜବରଦସ୍ତ ଉପନିବେଶ ତିଆରି ଆଉ ସେଠାରେ ସୀମା ସୁରକ୍ଷା ବାହିନୀ ମୃତୟନ l ପାଲେଷ୍ଟାଇନ ଅନ୍ୟ ପକ୍ଷରେ ଆରମ୍ଭ କରିଛି ମୁକ୍ତି ସଂଗ୍ରାମ, ପଛରେ ଅଛି ଇରାନ l ଦକ୍ଷିଣ ଲେବାନନରେ ଇସ୍ରାଏଲକୁ ଅଟକାଇବା ଆଉ ଆମେରିକାର ଉଦ୍ଦେଶ୍ୟ ପଣ୍ଡ କରିବା ପଣରେ ହେଜବୁଲ୍ଲା ଯାହା ‘ସିଆ’ ଇସଲାମର ପ୍ରସାର ପାଇଁ ପ୍ରତିବଦ୍ଧ, ରକେଟ ଓ ପଦାତିକ ବାହିନୀକୁ ନେଇ ସମୃଦ୍ଧ l ଅନ୍ୟ ପକ୍ଷରେ ଇସ୍ରାଏଲ ଉଭୟ ଆକାଶ ଓ ସ୍ଥଳସେନାରେ ପାରଙ୍ଗମ l ପଛରେ ଆମେରିକାର ସମ୍ପୃକ୍ତି ୧୯୪୮ ମସିହାରୁ l ଋଷିୟ ସମ୍ପୃକ୍ତିକୁ ନେଇ ଆଗରୁ ମାର୍କିନ ସେନା ଅଭିଯୋଗ କରିଥିଲେବି ହେଜବୁଲ୍ଲା ସହ ରୁଷର ପ୍ରତ୍ୟକ୍ଷ ସହଯୋଗ ନାହିଁ l ଆମର ଜାଣିବା କଥା ଯେ ଯୁଦ୍ଧ ଅଧ୍ୟୁଷିତ ଅଞ୍ଚଳଟିରେ ପାଣିର ଅଭାବ ଅଛି l ଆଗାମୀ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ବିଶ୍ୱର ଅନେକ ରାଜନୈତିକ ପଣ୍ଡିତ ଧର୍ମ ଆଉ ପାଣି ଲାଗି ହେବ ବୋଲି କହି ସାରିଛନ୍ତି l
୧୪ ମଇ ୧୯୪୮ ମସିହା, ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଡେଭିଡ ବେନ-ଗୁରିଅଣ ଯିଏ ୧୯୩୭ରୁ ଜୀଉ ସଂଗଠନର ମୁଖ୍ୟଥିଲେ ଆମେରିକା ରାଷ୍ଟ୍ରପତି ହାରୀ ଏସ. ଟ୍ରୁମ୍ୟାନଙ୍କ ମୋହରରେ ଇସ୍ରାଏଲକୁ ଦେଶର ମାନ୍ୟତା ଦେଇ ପ୍ରଥମ ପ୍ରଧାନମନ୍ତ୍ରୀ ବନିଗଲେ l ଆମେରିକାରେ ଜୀଉ ଧାର୍ମିକ ସମ୍ପ୍ରଦାୟଙ୍କ ସଂଖ୍ୟାଗତ ଉପସ୍ଥାନ ଟ୍ରୁମ୍ୟାନଙ୍କୁ ଆକର୍ଷିତ କରିଥିଲା ବୋଲି ଶୁଣାଯାଏ l ତେଲ-ଅଭିଭ ସେ କାଳରୁ ରାଜଧାନୀ ରହିଲା l ଏବେ ଇସ୍ରାଏଲର ଲକ୍ଷ ହେଜବୁଲ୍ଲା, ହମାସ ସହ ୟେମେନ ସମର୍ଥିତ ହୁତୀ ଆତଙ୍କୀ ସଂଗଠନକୁ ସଫା କରିବା। ଗଲା ରବିବାର ଆଇଡିଏଫ ପକ୍ଷରୁ ୟେମେନରେ ରହିଥିବା ହୁତୀ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ। ଜାଇଦି ଧର୍ମ ନେତା ହୁସେନ-ଅଲ-ହାଉଥି (ହୁତୀ)ବିରୋଧୀ ନେତୃତ୍ୱ ନେଇ ୟେମେନ ରାଷ୍ଟ୍ରପତି ଅଲ୍ଲୀ ଅବଦୁଲ୍ଲା ସାଲେଙ୍କୁ ସାଉଦି ଆରବ ଓ ଆମେରିକାର ହାତ ବାରିସୀ ହୋଇଥିବା ସହ ଭ୍ରଷ୍ଟାଚାର ଲିପ୍ତଥିବା ଅଭିଯୋଗ ଆଣିଲେ l ଗୃହଯୁଦ୍ଧକ୍ରମେ ୨୦୧୪ ରେ ହାଉଥି ସେନା ରାଜଧାନୀ ସାନ୍ନା ଅକ୍ତିଆର କରିବାସହ ଅନେକ ଜାତୀୟ କାର୍ଯ୍ୟାଳୟକୁ ଅଧିକାର କରିନେଲେ l ହାଉଥି ଛାତ୍ରସଙ୍ଘର ନେତା ହୁସେନ ବଦରୁଦ୍ଦିନ ହାଉଥିଙ୍କ ଏହା ପଛରେ ବିରାଟ ହାତ ଥିଲା ଆଉ ଛାତ୍ରଙ୍କ ସମର୍ଥନରେ ଇରାନ ଭିତିରିଆ ୧୯୯୦ ମସିହାରୁ କାର୍ଯ୍ୟ ଚଳେଇଥିଲା l ଆମେରିକା ଚାହେଁ ତାର ଉତ୍ତମ ସମ୍ପର୍କଥିବା ରାଷ୍ଟ୍ରମାନେ ଯେତେ ଯୁଦ୍ଧରେ ଲିପ୍ତ ରହିବେ ସେ ତାର ବାଣିଜ୍ୟ (ବିଶେଷକରି ଯୁଦ୍ଧାସ୍ତ୍ର ବେପାର) ଏକାଚାଟିଆ ଜାରୀ ରଖିବ l ମିତ୍ରରାଷ୍ଟ୍ର ନାଟୋଙ୍କ ସହ ସୀମା ସୁରକ୍ଷା ବାହାନାରେ ହାତ ମିଶେଇ ‘ୟୁରୋ’ର ଅବମୂଲ୍ୟାୟନ ହବାକୁ ଦେବନି l ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ହୁତୀ ଆତଙ୍କୀଙ୍କ ଯୁଦ୍ଧ ବିମାନ ସମେତ ପାୱାର ପ୍ଲାଣ୍ଟ ଏବଂ ୟେମେନର ରସ ଇସା ଏବଂ ହୋଡିଡାହ ସମୁଦ୍ର ବନ୍ଦର ଉପରେ ମଧ୍ୟ ଆକ୍ରମଣ କରିଛି । ଅପରପକ୍ଷରେ ଇରାନ ମାଟିରୁ ଇସ୍ରାଏଲ ଆକାଶକୁ ମରାଯାଇଛି ଶହେରୁ ଉର୍ଦ୍ଧ୍ୱ ରକେଟ, ହତାହତ ମୂଲ୍ୟାଙ୍କନ ଚାଲିଛି l
ସେପଟେ ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା l ଏବେ ହେଜବୁଲ୍ଲାକୁ ହମାସ ଭରସା l ହରକତ ଉଲ ମୁକ୍ଵାଉମାହ ନାମରେ ଇସଲାମିକ ପ୍ରତିରୋଧୀ ଗୋଷ୍ଠୀ ଦ୍ୱାରା ରାଜନୈତିକ ଆନ୍ଦୋଳନ ଚଳେଇ ରଖିଥିବା ବେଳେ ଗୁଳି, ବାରୁଦ, ବୋମାର ଗଦା ଉପରେ ଛିଡା ହୋଇଛି ହମାସ l ହମାସର ସଦସ୍ୟଗଣ ସୁନ୍ନି ମୁସଲମାନ, ହେଲେ ଜାତୀୟ ଆନ୍ଦୋଳନ ବେଳେ ସିଆ ଗୋଷ୍ଠୀ ହେଜବୁଲ୍ଲା ପାଇଁ ପ୍ରାଣ ଦେଇପାରନ୍ତି l ପାଲେଷ୍ଟାଇନ ଜାତୀୟ ପ୍ରତିରୋଧ ସେନା ‘ଇଜଦିନ ଅଲ କସିମ ବ୍ରିଗେଡ’ ନାମରେ ନିଜ ସାମରିକ ବାହିନୀର ପରିଚାଳନା କରେ ହମାସ l ୭ ଅକ୍ଟୋବର ୨୦୨୩, ହମାସ ଆକ୍ରମଣରେ ବାରଶହ ଇସ୍ରାଏଲି ଲୋକ ପ୍ରାଣ ହରେଇବା ଏକ ଭୟାନକ ଘଟଣାକ୍ରମ l ପାଲେଷ୍ଟାଇନ ଇନ୍ତିଫଦା ବା ସଂଗ୍ରାମର ଆରମ୍ଭ ୧୦ ଡିସେମ୍ବର ୧୯୮୭ରୁ ଜନ୍ମ ନେଇଥିବା ହମାସ ଏବେ ୩୭ ବର୍ଷରେ ପଦାର୍ପଣ କରିଛି l ଗାଜା ଷ୍ଟ୍ରିପକୁ ନିଜ ରାଜଧାନୀ କରିସାରିଥିବା ହମାସ ପାଇଁ ଏବେ ‘କର ଅବା ମର’ ପରିସ୍ଥିତି l ସମୟ କହିବ ବିଜୟ କାହା ସପକ୍ଷରେ ହେଲେ ଏବେଠୁ ଭୟାବହତା ଆକଳନ କରିବା କଷ୍ଟକର l
ଲେବାନନ ଇସ୍ରାଏଲ ସହ ଅସ୍ତ୍ରବିରତି ପାଇଁ କୁଟନୈତିକ ସ୍ତରରେ ପ୍ରୟାସ ଆରମ୍ଭ କରିଛି। ଲେବାନନର ସୂଚନା ମନ୍ତ୍ରୀ ଜିଆଦ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଲେବାନନ୍ ସରକାର ଅସ୍ତ୍ରବିରତି ପାଇଁ ରାଜି ଅଛନ୍ତି । ଏହା ଉପରେ ବିଚାର କରାଯିବା ଉଚିତ୍ । ପୂର୍ବର ସମୃଦ୍ଧ ଓଟ୍ଟୋମାନ ସାମ୍ରାଜ୍ୟ ବ୍ରିଟିଶ ଶାସନ ମୁକ୍ତ ହେବାପରେ ଅନ୍ୟସବୁ ଅଞ୍ଚଳ ଛାଡି ପାଲେଷ୍ଟାଇନକୁ ବ୍ରିଟିଶ ଶାସନାଧୀନ ରଖିବାକୁ ମିଳିତ ଜାତି ପରିଷଦ (ଲିଗ ଅଫ ନେସନସ) ବର୍ଷ ୧୯୨୨ରୁ ନୀତିଗତ ନିଷ୍ପତ୍ତି ନେଲା l କାଳକ୍ରମେ ସବୁ ଅଞ୍ଚଳ ସ୍ୱାଧୀନ ହବା ସତ୍ୱେ ପାଲେଷ୍ଟାଇନ ବ୍ରିଟେନର ପରାମର୍ଶ ମାନିବାକୁ ବାଧ୍ୟ କରାଗଲା l ୧୯୧୭ରୁ ବ୍ରିଟେନର “ବାଲଫୋର ଘୋଷଣାନାମା” ଦ୍ୱାରା ପାଲେଷ୍ଟାଇନ ଜୀଉ ଧାର୍ମିକ ସମ୍ପ୍ରଦାୟଙ୍କ ଲାଗି ଜାତୀୟ ଘର ହୋଇଗଲା l ଏମିତିକା ସୁବିଧା ପାଇ ୧୯୨୨-୧୯୪୭ ମଧ୍ୟରେ ପୂର୍ବ ଇଉରୋପରୁ ବହୁମାତ୍ରାରେ ଜୀଉ ଧର୍ମାମବଲମ୍ବୀ ପାଲେଷ୍ଟାଇନ ପ୍ରବେଶ କରିଗଲେ l ନାଜିର ବର୍ବରତାରୁ ତ୍ରାହି ପାଇବା ପାଇଁ ୧୯୩୦ ମସିହାରେ ସର୍ବାଧିକ ଜୀଉଧର୍ମୀଙ୍କ ଆଗମନ ହେଲା ପାଲେଷ୍ଟାଇନକୁ l ଆରବ ଏଭଳି ଜୀଉ ପ୍ରବେଶକୁ ୧୯୩୭ରେ ବିରୋଧ କରିବାରୁ ପ୍ରଥମେ ହିଂସା ଓ ପରେ ଉଗ୍ରବାଦର ମୂଳଦୁଆ ପଡିଗଲା l ହିତ ଉପଦେଶ ସବୁ ଫେଲ ହବାରେ ୧୯୪୭ରୁ ବ୍ରିଟେନ ମୁଣ୍ଡେଇଥିବା ବୋଝଟିକୁ ଜାତିସଙ୍ଘ ମୁଣ୍ଡକୁ ଦେଇଦେଲା l ଖାଇ ପିଇ ଲୁଟିବା, ସରିଗଲେ କଳି ମଞ୍ଜିଟି ପୋତି ଖସିଯିବାରେ ବ୍ରିଟେନ ମାଷ୍ଟର l ତାହାର ପରିଣାମ ଭୋଗୁଛନ୍ତି ଇସ୍ରାଏଲ ଆଉ ପାଲେଷ୍ଟାଇନବାସୀ l ଭାଇ ଭାଇରେ ଧର୍ମର ପାଚେରୀ, ଅନ୍ୟ ଦେଶ ଆସି ମଜା ଦେଖୁଛନ୍ତି l ପୂର୍ବ ଅଧ୍ୟାଦେଶକୁ ଅଗ୍ରାହ୍ୟ କରି ଜାତିସଙ୍ଘ ରିଜୋଲୁସନ ୧୮୧ (୨)ରେ ଲିପିବଦ୍ଧ ଅନୁସାରେ ପାଲେଷ୍ଟାଇନକୁ ଦୁଇଭାଗ (ଆରବ ପାଲେଷ୍ଟାଇନ ଓ ଜୀଉ ଅଧ୍ୟୁଷିତ ଜେରୁଜେଲମ ପାଲେଷ୍ଟାଇନ) କରିଦେଲା l ୧୯୭୪ ରେ ଜାତିସଙ୍ଘ ସାଧାରଣ ପରିଷଦ l
ଲେବାନନରେ ହେଜବୁଲ୍ଲା ବିରୋଧରେ ଇସ୍ରାଏଲର ଲଢ଼େଇ ଜାରି ରହିଥିବା ବେଳେ ହ୍ୱାଇଟ୍ ହାଉସ୍ର ଜାତୀୟ ସୁରକ୍ଷା ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବୃଦ୍ଧିକୁ ନେଇ ଆମେରିକା ଚିନ୍ତିତ। କିନ୍ତୁ ହେଜବୁଲ୍ଲା ପରି ଶତ୍ରୁଠାରୁ ନିଜ ଦେଶ ଓ ନିଜ ଲୋକଙ୍କୁ ରକ୍ଷା କରିବାର ଅଧିକାର ଇସ୍ରାଏଲର ଅଛି। ହେଜବୁଲ୍ଲା ନେତା ହାସନ ନସରଲ୍ଲା ଓ ସଶସ୍ତ୍ର ଗୋଷ୍ଠୀର ଅନ୍ୟ ଶୀର୍ଷ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ଆମେରିକା ସମର୍ଥନର ଫାଇଦା ଉଠାଇ ଲେବାନନରେ ସ୍ଥଳ ଅପରେସନ ଆରମ୍ଭ ପାଇଁ ଆଗକୁ ବଢ଼ିବାରେ ଲାଗିଛି। ନିଜ ଜିଦରେ ଅଟଳ ଇସ୍ରାଏଲ କହିଛି ଯେ ଆତଙ୍କୀଙ୍କ ସମୂଳେ ବିନାଶ ନହେବା ଯାଏ ଆକ୍ରମଣ ବନ୍ଦ କରିବ ନାହିଁ । ଏପ୍ରିଲରେ ଇରାନ ଇସ୍ରାଏଲ ବିରୋଧରେ ଶହ ଶହ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିବାପରେ ପେଣ୍ଟାଗନ୍ ଏବେ ପୂର୍ବ ଭୂମଧ୍ୟସାଗରରେ ଏକ ବିମାନବାହୀ ଯୁଦ୍ଧ ଜାହାଜ ଓ ଅନେକ କ୍ଷେପଣାସ୍ତ୍ର ସହ ପ୍ରସ୍ତୁତ ରହିଛି l
ଇସ୍ରାଏଲ କବ୍ଜାରେ ରଖିଥିବା ସବୁ ଅଂଶକୁ ଉତ୍ତର କୋରିଆ ପାଲେଷ୍ଟାଇନର ଅଞ୍ଚଳ, ଗୋଲଡେନ ହାଇଟ ଅଞ୍ଚଳ ସିରିଆର, ଏଭଳିକି ଇସ୍ରାଏଲ, ଆମେରିକା ପରିଚାଳିତ ସାମ୍ରାଜ୍ୟବାଦୀ ଦେଶ ବୋଲି ଦାବି କରେ l ପ୍ରଥମ ଅଣ ଆରବ ଦେଶ ଭାବରେ ୧୯୭୪ରୁ ଭାରତ ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନକୁ ପାଲେଷ୍ଟାଇନବାସୀଙ୍କ ପ୍ରକୃତ ପ୍ରତିନିଧି ବୋଲି କହିଛି l ଜି-୨୦ ଦେଶ ମଧ୍ୟରୁ ଦଶଟି ଦେଶ- ଆର୍ଜେଣ୍ଟିନା, ବ୍ରାଜିଲ, ଚାଇନା, ଭାରତ, ଇଣ୍ଡୋନେସିଆ, ଋଷିଆ, ସାଉଦି ଆରବ, ସାଉଥ ଆଫ୍ରିକା, ତୁର୍କୀ ସହ ସ୍ପେନ ମଧ୍ୟ ପାଲେଷ୍ଟାଇନ ଦେଶକୁ ସମର୍ଥନ କରନ୍ତି l ଭୋଟ ବେଳେ ଇସ୍ରାଏଲ ବିରୁଦ୍ଧରେ ପାକିସ୍ତାନ ଭୋଟ ମଧ୍ୟ ପଡିଥିଲା l ୱେଷ୍ଟ ବ୍ୟାଙ୍କର ୪୨ ପ୍ରତିଶତକୁ ଇସ୍ରାଏଲ ଅନୈତିକ ଅକ୍ତିଆର କରିଥିବା ବେଳେ ଗାଜାଷ୍ଟ୍ରିପ ହମାସ ହାତରେ l ପାଲେଷ୍ଟାଇନ ବାସୀଙ୍କୁ ନିଜର ହକ ନିର୍ଦ୍ଧାରଣ କରିବା କ୍ଷମତା ଦବାକୁ କହି ଜାତିସଙ୍ଘ ମୌନବ୍ରତ କଲେ ଗାଜାଷ୍ଟ୍ରିପ ସହ ଦକ୍ଷିଣ ଲେବାନନର ଧ୍ବଂସସ୍ତୁପ ଦେଖିବାକୁ ମିଳିବ l ହମାସକୁ ଦମନ କରିବାକୁ ଯାଇ ଆମେରିକା ଇସ୍ରାଏଲକୁ ସମର୍ଥନ କରିବା କେତେ ଯୁକ୍ତିକର ? କଥାହେଲା ୧୯୬୭ର ଇଜିପଟ, ସିରିଆ ଓ ଜୋର୍ଦାନ ବିରୋଧରେ ଇସ୍ରାଏଲର ବିଜୟ ପରେ କିଛି ଅଞ୍ଚଳ ମାଡ଼ିବସିବା ଓ ୧୯୭୩ ରେ ପୁଣି ଏକ ଯୁଦ୍ଧରେ ଜିତିବା ଦ୍ୱାରା ମଧ୍ୟପ୍ରାଚ୍ୟରେ ଆମେରିକା ତାର ବଳୁଆ ବନ୍ଧୁରାଷ୍ଟ୍ରଟିକୁ ଛାଡିବାକୁ ଚାହୁଁନି l ୨ୟ ବିଶ୍ୱଯୁଦ୍ଧ ପରେ ବାଣିଜ୍ୟ ବୃଦ୍ଧି ଓ ୧୯୧୬ ମସିହାରୁ ଓବାମାଙ୍କ ବେଳର ୩୮ ବିଲିଅନ ଆମେରିକା ଡଲାର ପ୍ରତିରକ୍ଷା ସହାୟତା ଦେଇ ପାଲେଷ୍ଟାଇନ ମୁକ୍ତି ପଛରେ କାମ କରୁଥିବା ଇରାନ ଓ ରୁଷିଆଙ୍କୁ ପାନେ ଦବାକୁ ଯାଇ ନିଆଁ ଜଳାଉଛି ଆମେରିକା l
ଡ. ସାରଦା ପ୍ରସାଦ କର
ଡାକବଙ୍ଗଳା ଛକ
ପୁରୁଣା ଭୁବନେଶ୍ୱର -୨