ଆଦର୍ଶ ପ୍ରତିଭା ବିକାଶ ପରିଷଦର “ସମାଜରେ ନାରୀକବିଙ୍କ ଗୁରୁତ୍ୱ” ଶିର୍ଷକ ଆଲୋଚନା
କଟକ, (ଯୁଗାବ୍ଦ ନ୍ୟୁଜ):ସାରସ୍ୱତ ଅନୁଷ୍ଠାନ ଆଦର୍ଶ ପ୍ରତିଭା ବିକାଶ ପରିଷଦ ପକ୍ଷରୁ “ସମାଜରେ ନାରୀକବିଙ୍କ ଗୁରୁତ୍ୱ”ଶିର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଚାଉଳିଆଗଂଜ ସ୍ଥିତ ଉତ୍କଳମଣି ଶିଶୁଉଚ୍ଚ ଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃପଣ୍ଡିତ ଅଭୟ କୁମାର ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ସଭାପତି ଡଃପଣ୍ଡିତ ଚୈତନ୍ୟ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଦାର୍ଶନିକ ପଣ୍ଡିତ ନିଳକଂଠ ରାଉତ,ମୁଖ୍ୟବକ୍ତା ଭାବେ ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନା,ବରେଣ୍ୟଅତିଥି ଭାବେ ପଲ୍ଲୀପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ସଭାପତି ଚୈତନ୍ୟ ରାଉତ ,ସମ୍ମାନୀୟ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଯୋଗଦେଇ ନାରୀ ପ୍ରତ୍ୟେକ ଯୁଗରେ ସମ୍ମାନୀୟା । ସ୍ୱାଧିନତା ପୂର୍ବରୁ ଏବଂ ପରେ ମଧ୍ୟ ନାରୀ କବିଙ୍କ ଶବ୍ଦର ଝଙ୍କାର ସାଧାରଣ ଜନତା ମନକୁ ଆନ୍ଦୋଳିତ କରିଥାଏ ବୋଲି କହିଥିଲେ । କବୟତ୍ରୀ ଗୀତାଂଜଳି ପୃଷ୍ଟି ଓ ସଂନ୍ଧ୍ୟା ଶତପଥିଙ୍କ ସଂଯୋଜନାରେ କବି ସଚ୍ଚିଦାନନ୍ଦ କର,ନଳିନୀପ୍ରଭା ଦାଶ,ରାଜୀବ କୁମାର ଷଡଙ୍ଗୀ,ଅଭୟ ପାତ୍ର,ସ୍ନେହଲତା ଦ୍ୱିବେଦୀ,ସନ୍ତୋଷ କୁମାର ପଣ୍ଡା,ସୁରେନ୍ଦ୍ର ମହାପାତ୍ର,ସୁଶିଳ କୁମାର ରାଉତ,ରଘୁନାଥ ତ୍ରୀପାଠୀ,ରାଜକିଶୋର ସ୍ୱାଇଁ,ଡଃବସନ୍ତ କୁମାରୀ ନନ୍ଦ,ବିଜେନ୍ଦ୍ର ମହୁରିଆ,ପ୍ରଭାତୀରାଣୀ ମହାନ୍ତି,ଜୟନ୍ତି ପତି,ଅରୁଣ କୁମାର ଅଗରବାଲ,ନମିତା ମହାନ୍ତି,ଉତମ ଚରଣ ପ୍ରଧାନ,ଚିନ୍ମୟୀ ଆଚାର୍ଯ୍ୟ,ନରେଶ ଚନ୍ଦ୍ର ରାୟମହାପାତ୍ର,ନିରୁପମା ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଂପାଦକ ଅଶ୍ୱିନୀ କୁମାର ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୈତ୍ରୀଭୂଷଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।


