ମଧ୍ୟାହ୍ନ ଭୋଜନରେ ଝିଟିପିଟି

ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟସ୍ଥ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ପୁଣି ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ଫଳରେ ଏହି ଖାଦ୍ୟ ଖାଇ ୩୫ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଅଭିଯୋଗ ଅନୁସାରେ, କେଦାରରପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲରେ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ଆଜି ଖାଇଥିଲେ । ପରେ ଘରକୁ ଯିବାପରେ ପିଲାମାନେ ଅସୁସ୍ଥ ଅନୁଭବ କରିଥିଲେ । ପରେ ପିଲାଙ୍କ ଅଭିଭାବକ ଏନେଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଖାଦ୍ୟରେ ଝିଟିପିଟି ଥିବା ଜଣାପଡିଥିଲା । ଏବେ ସମସ୍ତ ପିଲାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ