ଟୋକିଓରେ ଜିଏଫ୍‌ଏସ୍‌ଇଏସ୍‌ର ମନ୍ତ୍ରୀସ୍ତରୀୟ ବୈଠକ

ଜାପାନ/ଭୁବନେଶ୍ୱର, ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ (ଜିଏଫ୍‌ଏସ୍‌ଇଏସ୍‌)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତରେ ଇସ୍ପାତ ବ୍ୟବହାରକୁ ବଢାଇବା ତଥା ବିଶେଷ ଭାବରେ ଇସ୍ପାତ୍ ଚାହିଦାକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ୱ ଦେଉଅଛୁ । ୨୦୩୦ ସୁଦ୍ଧା ଇସ୍ପାତ୍‌ର ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା ରହିଛି । ସେ କହିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ନଜରରେ ରଖି ଭାରତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ଦେଶର ଭିତିଭୂମି ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଶ୍ରୀ ପ୍ରଧାନ ଜାପାନର ଶିଳ୍ପ ଓ ପ୍ରାକୃତିକ ସମ୍ବଳ ମନ୍ତ୍ରୀ ବଣ୍ଡାର ଅଲ୍‌ଖୋରାଐଫ୍‌ଙ୍କୁ ଭେଟି ଇସ୍ପାତ୍ କ୍ଷେତ୍ରରେ ସାଉଦିଆରବ ସହ ସହଯୋଗର ସଂକ୍ଷେପ ସମୀକ୍ଷା କରିଥିଲେ । ସେହିପରି ଟୋକିଓ ଠାରେ ଜାପାନର ଅର୍ଥମନ୍ତ୍ରୀ ହିରୋସୀମା କାଜିୟାମାଙ୍କ ସହ ପ୍ରଧାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ନିଯୁକ୍ତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତୈଳ, ଗ୍ୟାସ ଏବଂ ଇସ୍ପାତ୍ କ୍ଷେତ୍ରର ସମୀକ୍ଷା କରିଥିଲେ । ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଗତ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଋଷ ଓ ଜାପାନର ବିଭିନ୍ନ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ସମ୍ପର୍କିତ ପ୍ରକଳ୍ପ ବୁଲି ଦେଖିବା ସହ ଓଡିଶା ଏବଂ ଋଷ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପାଇଁ ଉଦ୍ୟମ କରିଥିଲେ । ଋଷରେ ସାଖାଲିନ୍ -୧ ପ୍ରକଳ୍ପର ସମୀକ୍ଷା କରିବା ସହ ଜାପାନ ଗସ୍ତ କରି ସେଠାକାର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳିଙ୍କ ସହ ଇସ୍ପାତ୍ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ