ମନରେଗା,ଗ୍ରାମ୍ୟ ଗୃହନିର୍ମାଣ ଯୋଜନାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା), ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଓଡିଶା ଜୀବିକା ମିଶନ, ମିଶନଶକ୍ତି, ସି.ଏଫ.ସି., ଏସ.ଏଫ.ସି.ଓ ଅଙ୍ଗନୱାଡି ଗୃହ ନିର୍ମାଣ ପ୍ରଭୃତି ଯୋଜନା ଗୁଡିକର ସମୀକ୍ଷା କରିଥିଲେ । ସରକାରଙ୍କ ଏହିସବୁ ଯୋଜନା ଗୁଡିକ ଯେଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଲକରେ ସଂପୂର୍ଣ୍ଣ ହୁଏ ସେଥିପ୍ରତି ଉଚିତ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଆସନ୍ତା ଫେବୃୟାରୀମାସ ଶେଷ ସୁଧା ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଶତକଡା ୬୦ ପ୍ରତିଶତ ଗୃହ ଯେଭଳି ସଂପୂର୍ଣ୍ଣ ହୁଏ ଏବଂ ହିତାଧିକାରୀମାନେ ପ୍ରତ୍ୟେକ କିସ୍ତିର ଅର୍ଥ ଓ ଇନସିଏଟିଭ ଅର୍ଥ ଯେଭଳି ବିନା ବିଳମ୍ବରେ ପାଇପାରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିଡିଓ ଏବଂ ସମସ୍ତ ନୋଡାଲ ଅଫିସରମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ବୈଷୟୀକ) ଅଜୟ କୁମାର ବିଶ୍ୱାଳ, ସହକାରୀ ପ୍ରକଳ୍ପ ଅଧିକାରୀ(ଅର୍ଥ) ମନୀଷା ଗୁପ୍ତା, ସହକାରୀ ପ୍ରକଳ୍ପ ନିର୍ଦେଶକ (ଗ୍ରାମ୍ୟ ଗୃହ ନିର୍ମାଣ) ପୁଷ୍ପଲତା ରାଉଳ, କେନ୍ଦ୍ରାପଡା ବ୍ଲକ ବିଡିଓ ସୁଧିର କୁମାର ସିଂ, ଡେରାବିଶି ବ୍ଲକ ବିଡିଓ , ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ନୋଡାଲ ଅଫିସରମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ