ମନରେଗା ଯୋଜନାରେ ଜେସିବି କରୁଛି କାମ : ତାହସିଦାର ଙ୍କ ଚଢାଉ ଜେସିବି, ଟ୍ରାକ୍ଟର ଜବତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-କେନ୍ଦ୍ର ସରକାର ଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହାତ୍ମାଗନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାଟ ହୁଡୁଛି । ଶ୍ରମିକ ମାନଙ୍କୁ କାମ ଯୋଗାଇଦେବା ବଦଳରେ ମେସିନ କରୁଛି କାମ । ଏ ଭଳି ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ୍ ରେ। ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର ତେଲିଆପଲି – ସିଙ୍ଗିପୁର ମୁଖ୍ୟ ରାସ୍ତାରେ ଥିବା ଏକ ପୋଖରୀରେ ରାତ୍ରି ସମୟ ରେ ନିୟମିତ ଭାବେ ଜେସିବି ଲଗାଇ ଟ୍ରାକ୍ଟର ଦ୍ଵାରା ମାଟି ଉଠାଉଥିବା ଖବର ପାଇ ସାନଖେମୁଣ୍ଡି ତହସିଲଦାର ଡଃ, ଶ୍ରୀନିବାସ ବେହେରା ଗତକାଲି ରବିବାର ମଧ୍ୟରାତ୍ରୀ ପ୍ରାୟ ୧୨ ଘଣ୍ଟା ସମୟରେ ଅତର୍କିତ ଚଢାଉ କରିଥିବା ଜଣାପଡି । ପୋଖରୀ କାମରେ ନିୟୋଜିତ ଜେସିବି ନମ୍ୱର ଓ ଡି ୦୭ ଏଫ୍ ,୯୦୩୯ , ଟ୍ରାକ୍ଟର ନମ୍ୱର ଓ ଡି ୦୭ ଏ,ଏଲ୍ ୩୨୧୮ଏବଂ ନଂ – ଓଡ଼ି ୦୭ ଇ ,୫୯୪୮କୁ ଜବତ କରିଥିବା ଦେଖିବାକୁ ମିଳିଛି। ପୋଖରୀ କାମରେ ନିୟୋଜିତ ଗାଡ଼ି ଗୁଡ଼ିକୁ ଜବତ କରିବା ଘଟଣା ବ୍ଲକରେ ମନରେଗା କାମକୁ ନେଇ ପ୍ରଶ୍ନ ଉଠିଛି । ହେଉଥିବା କାମ ପୋଖରୀ ପାର୍ଶ୍ଵରେ କୌଣସି ସରକାରୀ କାର୍ଯ୍ୟର ସୂଚନା ଫଳକ ନଥିବା ବେଳେ ରାତ୍ରୀସାରା ଜେସିବି ଟ୍ରାକ୍ଟର ଦ୍ଵାରା କାମ କରାଯାଉଥିବା ଘଟଣା ମନରେଗା ଯୋଜନା କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଆରମ୍ଭ ହେଉଛି । ତହସିଲଦାର ପୋଖରୀ କାମରେ ନିୟୋଜିତ ଟ୍ରାକ୍ଟର ଓ ଜେସିବିକୁ ପାଟପୁର ଥାନାର ଜିମାରେ ଦେଇଥିବା ବେଳେ ମନରେଗା କାମ ଚାଲିଥିବା ନେଇ କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି । ସିଙ୍ଗିପୁର ଜିଆରଏସଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି କାମ ବିଷୟରେ ନେଇ ତହସିଲଦାରଙ୍କ ଚଢାଉ କିମ୍ବା ପୋଖରୀ ସଂପର୍କରେ କିଛି ଜାଣି ନଥିବା ସେ କହିଛନ୍ତି । ପୋଖରୀ ପାର୍ଶ୍ବ ରେ କୌଣସି ସୂଚନା ଫଳକ ନଥିବା କାରଣରୁ କେଉଁ ଯୋଜନାରେ କାର୍ଯ୍ୟକାରୀ ହେଉଛି ତାହା ଏବେ ସାଧାରଣରେ ଆଲୋଚନା ହେଉଛି।ସାନଖେମୁଣ୍ଡି ବ୍ଲକ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଜବତ ଜସିବି,ଟ୍ରାକ୍ଟର ପାଟପୁର ଥାନା ରେ ଅଟକ ରହିଥିବା ବେଳେ ଖବର ଲେଖା ସୁଦ୍ଧା ଜରିମାନା ଆଦାୟ ଜଣାପଡିନାହିଁ ।