ପୂର୍ବରୁ ଥିବା ମାଓବାଦୀ ଅଞ୍ଚଳରେ ଶିକ୍ଷା ର ବିକାଶ କେବେ ? ଏବେ ମଧ୍ୟ ସେଇ ଛପର ତଳେ ପାଠ ପଢା

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଶିକ୍ଷା ର ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ବିକାଶ କରୁଥିବା ଦର୍ଶାଉଥିବା ବେଳେ ଆଜି ମଧ୍ୟ ସେଇ ବିକାଶ ସମୁଦ୍ର କୁ ଶଙ୍ଖେ ପାଣି ଭଳି ରହିଛି I ଗଜପତି ଜିଲ୍ଲା କହିଲେ ମୋହନା ବ୍ଲକ ର ମୌବାଦୀ କବଜାରେ ରହିଥିବା ଅଞ୍ଚଳ ଗୁଡିକ ଆଜି ମଧ୍ୟ ଶିକ୍ଷା ର ବିକାଶ ପହଁଚି ପାରିନି ମୁଖ୍ୟ ରାସ୍ତା ଠାରୁ ପାହାଡିଆ ଜଙ୍ଗଲ ଭରା ରେ ରହିଥିବା ଗ୍ରାମ ରୁମେଶ ଏହି ଗ୍ରାମ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି ୨୦୦୬ ମସିଆ ରେ ଯେଉଁ ଛପର ଘର ରହିଥିଲା I ପୂର୍ବରୁ ସେଇପରି ରହିଛି୩ଟି ଶ୍ରେଣୀ ଗୃହ ଆଉ ଶ୍ରେଣୀ ରହିଛି I ପ୍ରଥମ ରୁ ଅଷ୍ଟମ ପଯନ୍ତ ଛାତ୍ର ଛାତ୍ରୀ ସଂଖ୍ୟା୮୫ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ୬ଜଣ ହେଲେ ଅନେକ ସମୟ ରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରୁହନ୍ତି ନାହିଁ I ସେ ଜାହାଭି ହେଉ ପିଲା ଙ୍କୁ ମାତ୍ର ମିଳୁଛି ପଡିବା ର ସୁବିଧା ଆଉ ଖାଇବା ପାଇଁ ମଧ୍ୟାନ ଭୋଜନ ହେଲେ ଭଲ ରେ ଟିକିଏ ପାଠ ପଢିବା ପାଇଁ ନାହିଁ I ଶ୍ରେଣୀ ଗୃହ ଯେଉଁ ତିନଟି ଗୃହ ରହିଛି ତାହା ମଧ୍ୟ କେବେ ପିଲା ଙ୍କ ଉପରେ ଭୂଷଡି ଯାଇପାରେ I ବିଦ୍ୟାଳୟ ଚାରି ପଟେ ପାଚେରୀ ଖଣ୍ଡେ ନଥିବାରୁ ପିଲା ମାନେ ନିଜ କୁ ସୁରକ୍ଷିତ ନଥିବା ମନେ କରନ୍ତି I ସେଇପରି ପରିଶ୍ରା କରିବା ପାଇଁ ଶୌଚାଳୟ ଅଛି ହେଲେ ତାହା ଯେଭଳି ଜଙ୍ଗଲ ରେ ଭଗ୍ନ ଅବସ୍ଥାରେ ରହିଛି ହିଂସ୍ରଯିବଜନ୍ତୁଙ୍କ କବଳ ରେ ପାଣି ଟୁପେ ମଧ୍ୟ ନାହିଁ ପିଇବା I ଅଞ୍ଚଳ ବାସୀ ଙ୍କ କହିବା ପ୍ରକାରେ ଆଗରୁ ଏହି ଅଞ୍ଚଳରେ ମୌବାଦୀ ରହୁଥିବା ରୁ ଏହି ଅଞ୍ଚଳରେ ଉର୍ଣ୍ଣତି କାମ କରିବା ପାଇଁ ଭୟ କରୁଥିଲେ ଯନ୍ତ୍ରୀ, ଠିକାଦାର କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳ ର ବିକାଶ କରିବା ପାଇଁ କିଏ ଅଟକାଉଛି ସରକାର ଙ୍କୁ ତାହା ଏବେ ବ୍ଲକ ପ୍ରଶାସନ କୁ ପ୍ରଶ୍ନ ବାଚି ସୃଷ୍ଟି କରିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ