ମନୁସେନାର ୫ମ ପ୍ରତିଷ୍ଠା ଦିବସ ପାଳିତ

ପାତ୍ରପୁର, (କୁରେସ ସାହୁ):ଚିକିଟୀ ନିର୍ବାଚନ ମଣ୍ଡଳୀ କେ. ନୂଆଁଗାଁ ପଞ୍ଚାୟତ ଅନ୍ତର୍ଗତ ରତ୍ନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ମନୁସେନାର ୫ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଯୁବ ସମାଜସେବୀ ତଥା ମନୁସେନା ର ସଭାପତି ମନୋରଞ୍ଜନ ଦ୍ୟାନ ସାମନ୍ତରା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ । ଗତ ୨୦୧୮ ମସିହାରେ ମନୁସେନା ଗଠିତ ହୋଇଥିଲା । କୌଣସି ରାଜନୈତିକ ଉଦେଶ୍ୟ ରେ ଗଠନ ହୋଇ ନାହଁ କହି ଏକ ମହତ ଲକ୍ଷ ରଖି ଏହି ସେନା ଗଠନ ହୋଇ ଥିଲା ,ବର୍ତମାନ ଏହା ଏକ ପଞ୍ଜିକୃତ ଅନୁଷ୍ଟାନରୂପେ ପରିଗଣିତ ହୋଇ ଅଛି Iକିଛି ଦିନ ହେଲା ଏହି ଅନୁଷ୍ଟାନ କୁ ଭାଙ୍ଗିବା ସକାଶେ କିଛି କୁଚକ୍ରୀ ଗୋଷ୍ଟୀ ଅନେକ ଜାଗାରେ ଅନେକ ଆପତ୍ତି ଉଠାଇବା ସହ ବିଭିନ୍ନ ଭିତ୍ତିହୀନ ଦଶାରୋପ ଲଦି ସେନାକୁ ଭାଙ୍ଗିବାକୁ ବ୍ରହ୍ମପୁର ପୋଲିସ ଆରଖୀ ଅଧିକାରୀ ଙ୍କ ନିକଟକୁ ଯାଇ ସେନା ବିରୁଦ୍ଧରେ କର୍ଜ୍ଯାନୁଷ୍ଟାନ ଗ୍ରହଣ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ ସେନା ନିଜର ଜନସେବା କାର୍ଯ୍ୟ ବଜାଇ ରଖିଛି Iଏହି ଅନଷ୍ଟାନ ଗଠନ କରିବାରେ ଏକ ମହତ ଉଦେଶ୍ୟ ରହି ଅଛି ଯାହାକି ରାଜନୀତି ଠାରୁ ଉର୍ଦ୍ଧରେ ବଲି ଶ୍ରୀଯୁକ୍ତ ସମନ୍ତରା ପ୍ରକାଶ କରିଥିଲେ | ଦୁର୍ନିତୀ ବିରୋଧରେ ସ୍ୱର ଉଠାଇବା ଓ ସାଧାରଣ ଲୋକଙ୍କ ଅସୁବିଧା ସମୟରେ ସାହାଯ୍ୟ ର ହାତ ବଢାଇବା ମନୁସେନାର ମୁଖ୍ୟ ଲକ୍ଷ୍ୟ ବୋଲି ମଞ୍ଚାସୀନ ଅତିଥି ମାନେ ପ୍ରକାଶ କରିଥିଲେ । ଦିନକୁ ଦିନ ମନୁସେନା ପ୍ରତି ଲୋକଙ୍କ ଆସ୍ଥା ବଢୁଥିବା ବେଳେ ସକ୍ରୀୟ ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବଢୁଥିବା ନେଇ ଉତ୍ସାହ ପ୍ରକାଶ ପାଇଛି । ଆଗାମୀ ଦିନରେ ଏକ ମେଗା ରକ୍ତଦାନ ଶିବିର କରିବା ପାଇଁ ମନୁସେନା ମୁଖ୍ୟ ସଦସ୍ୟ ମାନଙ୍କୁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାତ୍ରପୁର ବ୍ଳକର ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ,ବରଙ୍ଗ ସରପଞ୍ଚ ଭି ଦେବୀ ପ୍ରସାଦ, ସମିତି ସଭ୍ୟ v. ସୋମେୟା, ପ୍ରଶାନ୍ତ ସାହୁ,ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ପଦାଦିଗି ସରପଞ୍ଚ ପ୍ରତିନିଧି ଗୌରାଙ୍ଗ ପାଣିଗ୍ରାହୀ, ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍. ତ୍ରୀପତି ,ହ୍ରୁଷିକେଶ ନାୟକ,ଯୁବ ଆଇନଯିବି ଅନନ୍ତ ନାରାୟଣ ମହାନ୍ତି, ଇଶୁରୁ କାଳିଦାସ ରେଡି, ସମେତ ମନୁସେନା ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ