ମନୋରଞ୍ଜନ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା):ଶହୀଦ ବୀର ବାଘାଯତୀନଙ୍କ ୧୦୮ ତମ ବଳିଦାନ ସ୍ମୃତି ଦିବସ ଅବସରରେ ‘ମନୋରଞ୍ଜନ ସେବା ଫାଉଣ୍ଡେସନ’ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚଷାଖଣ୍ଡ ଦେଶୁଆଁ ପୋଖରୀ ବାଘାଯତୀନ ସ୍ମୃତିପୀଠରେ ବିଳ୍ପବୀ ବୀରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ଫାଉଣ୍ଡେସନର ସଭାପତି ସୁରେଶ କୁମାର ଜେନା, ସମ୍ପାଦକ ଆଶିଷ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହିଦ ସ୍ମୃତିପୀଠରେ ଶତାଧିକ ବୃକ୍ଷଚାରା ରୋପଣ କରାଯାଇଛି । ବିଶେଷ କରି ଗଛଗୁଡିକ ମଧ୍ୟରେ ବିଭିନ୍ନ ପ୍ରକାର ଫୁଲ ଗଛ ସମେତ ଶିଶୁ, ନିମ୍ବ, ରାଧାଚୂଡା, ପିଜୁଳି, ଜାମୁ, କରଞ୍ଜ ଇତ୍ୟାଦି ଚାରା ରୋପଣ କରାଯାଇଛି । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ଉପସ୍ଥିତ ଅତିଥି ତଥା ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ବି ଏହିଭଳି ବୃକ୍ଷରୋପଣ କରାଯିବ ବୋଲି ସଭାପତି ଶ୍ରୀ ଜେନା ସୂଚନା ଦେଇଚନ୍ତିି ।


