ମନୋହରପୁର ଶିଶୁବକ୍ରୀ ଉଦ୍ୟମ ଘଟଣା କଥା ରଖିଲେ ବିଶ୍ୱନାଥ, ମମତା ପାଇଲେ ଘର

ହାଟଡିହି, (ବିକାଶ ବିଶ୍ୱାଳ):ଯାହାକୁ ପ୍ରଶାସନ ସାହାଯ୍ୟ ସହଯୋଗ କରିବାକୁ ବିଳମ୍ବ କଲା କିନ୍ତୁ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଗୋଟିଏ ଦିନ ଭିତରେ କରି ଦେଖାଇଦେଲେ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମନୋହରପୁର ଗାଁରେ ଶିଶୁବିକ୍ରୀ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଏବେ ସଂପୃକ୍ତ ମହିଳାଙ୍କ ସ୍ୱପ୍ନ ପୁରଣ ହେବାକୁ ବସିଛି । ଗାଁର ମମତା ଦାସ ନାମକ ଏହି ମହିଳା ଜଣକ ତାଙ୍କର ଘରଦ୍ୱାର ନଥିବାବେଳେ ଆଧାର କାର୍ଡ, ରେସନକାର୍ଡ, ଭୋଟ ପରିଚୟ ପତ୍ର ନଥିଲା । ଫଳରେ ସେ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିଲେ । ସ୍ୱାମୀ ଓ ଶାଶୁ ମରିଯିବାପରେ ୪ଛୁଆଙ୍କୁ ଧରି ଭୋକ ଉପାସରେ ଦିନ କଟାଉଥିଲେ । ଏପରିକି ବଡପୁଅକୁ ଜଣେ ଘୁସୁରିଆ ନିକଟରେ ବାଳ ଶ୍ରମିକ ଭାବେ ଘୁସୁରି ଚରାଇବାକୁ ଛାଡି ଦେଇଥିଲେ । ତାଙ୍କର ଏକ ତିନିମାସର ଶିଶୁକୁ ସେ ବିକ୍ରୀ କରିବାକୁ ବସିଥିବା ବେଳେ ଏ ବାବଦରେ ଗଣମାଧ୍ୟମରେ ଖବର ପ୍ରକା ପାଇବାପରେ ଜଣେ ସ୍ୱେଚ୍ଛାସେବୀଙ୍କ ସହାଯୋଗରେ ପାଲ ଖଣ୍ଡେ ଟାଣି ୩ଛୁଆଙ୍କୁ ଧରି ଗଛମୁଳେ ରାତି ବିତାଉଥିଲେ । ଏ ବାବଦରେ ଜାଣିବାପରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ର ସଭାପତି ତଥା ଯୁବନେତା ଇଂ ବିଶ୍ୱନାଥ ପ୍ରତାପ ଜେନା ତାଙ୍କର ସଦସ୍ୟ ମାନଙ୍କୁ ଧରି ୨୪ଘଣ୍ଟା ଭିତରେ ଘର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିଅନୁସାରେ ସଙ୍ଗେ ସଙ୍ଗେ ତାଙ୍କ ସଂଗଠନର ସଦସ୍ୟମାନେ ନିଜେ ଶ୍ରମଦାନ କରି ଇଟା,ବାଲି, ସିମେଣ୍ଟ ଓ ଆଜବେଷ୍ଟସ ଆଣି ୨୪ଘଣ୍ଟା ଭିତରେ ଘର କାମ ସମ୍ପୁର୍ଣ୍ଣ କରିଦେଇଛନ୍ତି । ଯାହାକୁନେଇ ଶିଶୁବିକ୍ରୀ ଉଦ୍ୟମ କରୁଥିବା ମହିଳା ଜଣକ ନିଜର ଖୁସି ବ୍ୟକ୍ତ କରିବା ସହିତ ସେହିଘରେ ଛୁଆପିଲାଙ୍କୁ ଧରି ରହିବ ଓ ପିଲାମାନଙ୍କୁ ମନୋହରପୁର ସ୍କୁଲରେ ପାଠ ପଢ଼ାଇବ ବୋଲି ମଧ୍ୟ କହିଛି । ଏବେ କିଛି ସ୍ୱେଚ୍ଛାସେବୀ ତାଙ୍କୁଖାଦ୍ୟପେୟର ବ୍ୟବସ୍ଥା କରିଥିବାବେଳେ ସରକାର କେବେ ତାଙ୍କୁ ରେସନକାଡ, ଆଧାରକାର୍ଡ କରାଇ ଦେଉଛନ୍ତି ଓ ତାଙ୍କ ଛୁଆମାନଙ୍କ ପାଇଁ ସହଯୋଗର ହାତ ବଢ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏ ସମ୍ପର୍କରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ର ସଭାପତି ଇଂ ବିଶ୍ୱନାଥ ପ୍ରତାପ ଜେନା କୁହନ୍ତି ଯେ ତାଙ୍କ ସଂଗଠନର ସଦସ୍ୟ ମାନେ ବହୁତ ସକ୍ରୀୟ ଅଛନ୍ତି । ସମାଜର ଦୁସ୍ଥିତିରେ ରହୁଥିବା ନିରାଶ୍ରୟ ମାନଙ୍କୁ ଏହିପରି ସହାୟତା ପୁର୍ବରୁ ଅନେକବାର ମଧ୍ୟ ଯୋଗାଇ ଆସିଛନ୍ତି । ଏହା ତାଙ୍କୁ ବହୁତ ଆନନ୍ଦିତ କରିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ