ବିଜେପି ଜିଲା କମିଟି ପକ୍ଷରୁ ଗଣ ସତ୍ୟାଗ୍ରହ
ବାଲେଶ୍ୱର, (ସରୋଜ ପଣ୍ଡା):ଅପରାଧୀ ନେତା ମନ୍ତ୍ରୀ ଓ ବିଧାୟକଙ୍କୁ ରାଜ୍ୟ ସରକାର ଦୀର୍ଘ ୨୩ ବର୍ଷ ଧରି ସୁରକ୍ଷା ଦେଇଚାଲିଛନ୍ତି ବୋଲି ଆରୋପ ଉଠାଇଛି ଜିଲା ବିଜେପି । ୨୩ ବର୍ଷରେ ରାଜ୍ୟରେ ଭ୍ରଷ୍ଟାଚାର, ମହିଳା ନିର୍ଯାତନା, ବଳାତ୍କାର, ହତ୍ୟା ପ୍ରଭୃତି ବୃଦ୍ଧି ପାଇଥିଲେ ବି ଜଣେ ହେଲେ ନ୍ୟାୟ ପାଇ ନାହାନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ବେଆଇନ ନିଶା କାରବାର, ଦୁର୍ନୀତି, କୁଶାସନ, ଦଳିୟପ୍ର୍ରିିୟା ପ୍ରୀତି ଆଦି ଜାରି ରହିଥିବା ଅଭିଯୋଗରେ ସିନେମା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେପି ପକ୍ଷରୁ ଗଣ ସତ୍ୟାଗ୍ରହ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଶାନ୍ତି ପ୍ରତିବାଦ ତଥା ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୂର୍ବତନ ବିଧାୟକ ଜୀବନ ପ୍ରଦୀ ଦାସ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, କାଉନସିଲର ସତ୍ୟ ଶିବସୁନ୍ଦର ଦାସ, ଶ୍ରୀନିବାସ ପ୍ରଧାନ, ନଗର ସଭାତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦିକା ପିଙ୍କି ପ୍ରଧାନ, ନଗର ମହିଳା ମୋର୍ଚ୍ଚା ସଭାପତି ସୁସ୍ମିତା ପଣ୍ଡା, ସୁବୋଧ ପଣ୍ଡା, ପିଣ୍ଟୁ ପୋଦାର, ପ୍ରବୀର ଶଙ୍କର ଦାଶ, ଗୌରାଙ୍ଗ ଦାସ, ଶୋଭାକର ସାହୁ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଏଥିରେ ଉପସ୍ଥିତ ଥିଲେ ।


