ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ କଂଗ୍ରେସ ନେତା, କର୍ମୀ ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ ବିରୋଧ କରି ଯୁବକଂଗ୍ରେସର ନେତା ଓ କର୍ମୀମାନେ ଗିରଫ ହୋଇଥିଲେ । ଗରାପୁର ଡାକବଙ୍ଗଳା ଛକରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଭୁତି ଭୂଷଣ ମହାପାତ୍ର, ରାଧାଶ୍ୟାମ ସ୍ୱାଇଁ, ଶାରଦା ପ୍ରସାଦ ନାୟକ, ସେକ ଅମୀର, ସେକ ଆସିଫଙ୍କ ସମେତ ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ମନ୍ତ୍ରୀ ପହଞ୍ଚିବା ପୂର୍ବରୁ ପୋଲିସ ସେମାନଙ୍କୁ ବଳ ପୂର୍ବକ ଗିରଫ କରିନେଇଥିଲା । ଗିରଫ ସମୟରେ ଜିଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସାମଲ ଗଣମାଧ୍ୟମକୁ କହିଥିଲେ ଯେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇ ପଡଥିବା ବେଳେ ମହିଳାମାନେ ରାଜ୍ୟରେ ଅସୁରକ୍ଷିତ, ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ଆଇନ୍ ମନ୍ତ୍ରୀ ଏ ଦିଗରେ ନୀରବ ରହିବା ଘଟଣାକୁ ଆମେ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲୁ । ଆମେ ଗଣତାନ୍ତ୍ରୀକ ପଦ୍ଧତ୍ତିରେ କଳାପତାକା ଦେଖାଉଥିଲୁ । କିନ୍ତୁ ପୋଲିସ ଆମକୁ ବଳ ପୂର୍ବରୁ ଗିରଫ କଲା । ଆମେ ଜେଲ ଯିବାକୁ ଶ୍ରେୟ ମନେ କରିବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ