ମନ୍ତ୍ରୀଙ୍କ ଜନସମ୍ପର୍କ କାର୍ଯ୍ୟ ପୁରଣ କଲେ ସହଧର୍ମଣୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ନିଜ ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ ଓ ଅକାଳ ମୃତ୍ୟୁ ଘଟିଲେ ଖବର ଜାଣିବା ପରେ ନିଶ୍ଚିତ ଭାବେ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ରାମଣ୍ଡା ଗ୍ରାମର କାହ୍ନୁ ଚରଣ ନାହାକ (୨୫) ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଖବର ମନ୍ତ୍ରୀ ଶ୍ରୀ ସାହୁଙ୍କ ନିକଟରେ ପହଞ୍ଚି ଥିଲେ ମଧ୍ୟ ସେ ସୁରାଟ ଗସ୍ତରେ ଥିବା ଯୋଗୁଁ, ମନ୍ତ୍ରୀଙ୍କ ଜନସମ୍ପର୍କ କାର୍ଯ୍ୟ ସହଧର୍ମଣୀ ଗୋଲାପ ସାହୁ କରିଥିବା ଜଣାପଡିଛି। ଶ୍ରୀମତୀ ସାହୁ ରାମଣ୍ଡା ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡା ସତ୍ୟସାଇ ସେବା ସମିତି ପକ୍ଷରୁ ଆୟୋଜିତ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ଶ୍ରୀମତୀ ସାହୁଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବିଜେଡି ସଭାପତି ମଦନ ଗୋପାଳ ଦୋରା, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, କେ.ନୀଳମାଧବ ଆଚାରୀ, କେ.ତ୍ରିଲୋଚନ ଦୋରା, ନରେନ୍ଦ୍ର ଦେବତା ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ