ମନ୍ତ୍ରୀଙ୍କ ମହନୀୟତା ପ୍ୟାରେଡରେ ଅସୁସ୍ଥ ଛାତ୍ରଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାସ୍ତରୀୟ ପ୍ୟାରେଡ ଚାଲୁ ଥିବାବେଳେ ହଟାତ ଜଣେ ଛାତ୍ର ଅସୁସ୍ଥ ହୋଇପଡିଥିଲେ.ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରୁଥିବା ମନ୍ତ୍ରୀ ଛାତ୍ରଙ୍କ ନିକଟରେ ପହଞ୍ଚି ଆବଶକ୍ୟ ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଦ୍ୱାରା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ଡାକ୍ତରଖାନାକୁ ତୁରନ୍ତ ପଠାଇ ଦେଇଥିଲେ. ଘଟଣାରୁ ପ୍ରକାଶ, ୭୮ତମ ସ୍ବାଧୀନତା ଦିବସ‌ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ପରେଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସମୟରେ ଜଣେ ଛାତ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହା ଦେଖ୍ ମନ୍ତ୍ରୀ ବିଭୂତି ଜେନା ଗାଡ଼ିରୁ ଓହ୍ଲାଇ ଛାତ୍ର ନିକଟକୁ ଯାଇ ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନା ପଠାଇଥିଲେ । ତତକ୍ଷଣାତ ମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ଛାତ୍ର ଜଣଙ୍କ ସୁସ୍ଥ ହୋଇ ଡାକ୍ତରଖାନାରୁ ନିଜ ଘରକୁ ଫେରିଥିଲେ. ମନ୍ତ୍ରୀଙ୍କ ଏଭଳି ମାନବିକତାକୁ ଦେଖ୍ ଉପସ୍ଥିତ ସର୍ବସାଧାରଣ ମନ୍ତ୍ରୀଙ୍କ ମାନବିକତା ପାଇଁ ଖୁବ ପ୍ରସଂଶା କରିବା ସହ ସାଧୁବାଦ ଜଣାଇଥିଲେ. ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ