ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ମୋହନା ଗସ୍ତ

ମୋହନା, (ଅଂଶୁମାନ ପଣ୍ଡା):ସୋମବାର ଦିନିକିଆ ଗଜପତି ଜ଼ିଲ୍ଲା ମୋହନା ନିର୍ବାଚନୀ ମଣ୍ଡଳୀ ଗସ୍ତ ରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟ ର ଉଦଘାଟନ କରିଛନ୍ତି ରାଜ୍ୟ ସମବାୟ, ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ l ହେଲିକପ୍ଟର ଯୋଗେ ମୋହନା ହାଇସ୍କୁଲ ପଡିଆ ରେ ସକାଳ ୯ଟା ସମୟରେ ଅବତରଣ କରିବା ପରେ ମୋହନା ଅନୁଗ୍ରହପୀଠ ରେ ଏକ କର୍ମୀ ସମ୍ମିଳନୀ କୁ ସମ୍ବୋଧିତ କରିଥିଲେ ମନ୍ତ୍ରୀ, ସେଠାରେ କିଛି ଦିନ ପୂର୍ବେ ମୃତ୍ୟୁ ବରଣ କରିଥିବା ବରିଷ୍ଠ ବିଜେଡି ସଂଗଠକ ପ୍ରଶାନ୍ତ ନାୟକ ଙ୍କ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପରିବାର କୁ ଭେଟି ସ୍ଵନ୍ତାନା ଦେଇଥିଲେ l ପରେ ମୋହନା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ର ନୂତନ କୋଠା, ଚାନ୍ଦିପୁଟ ଠାରେ ମିଶନଶକ୍ତି ଗୃହ ର ଶିଳାନ୍ୟାସ, ଚନ୍ଦ୍ରଗିରି ବଜାର ଗୃହ ର ଉଦଘାଟନ, ନୂଆଗଡ଼ ବ୍ଲକ ସାରଳାପଦର ସେତୁ ଉଦଘାଟନ କରିବା ସହ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ସମେତ ନୂଆଗଡ ବ୍ଲକ ର ବିଭିନ୍ନ ଜନହିତକର କାର୍ଯ୍ୟ ର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩ଟା ସମୟରେ ମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯାଇଛନ୍ତି l ମନ୍ତ୍ରୀ ଙ୍କ ଗ୍ରସ୍ତ ସମୟରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ, ନିର୍ବାଚନ ମଣ୍ଡଳୀ ର ପ୍ରଭାରୀ ପୃଥିବି ସାହୁ ସମେତ ନିର୍ବାଚନ ମଣ୍ଡଳୀ ର ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ