ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ନ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଛତ୍ରପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ବିଜେଡି ନଗର ସଭାପତି ବି.ରାଜୁବାବୁ , ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ବିଜୁ ଛାତ୍ରଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ପୂର୍ବତନ ଏନଏସି ଉପଧ୍ୟାକ୍ଷ ପ୍ରଦୋଷ କୁମାର ବେହେରା, ଯୁବ ନେତା ମିଟୁ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ