ସାନଖେମୁଣ୍ଡି ଜନସମ୍ପର୍କ ପଦଯାତ୍ରାରେ ଗୌତମୀରେ ଦଳୀୟ ଅସନ୍ତୁଷ୍ଠ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ , ଠାରୁ ନମ୍ଭେମ୍ବର ୧୧ ପର୍ଯ୍ୟନ୍ତ ପ୍ରତିବର୍ଷ ପାଳିତ ହେଉଥିବା ଜନସମ୍ପର୍କ ପଦଯାତ୍ରା ପର୍ବ ଗତକାଲି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଚିରାଚରିତ ଢଙ୍ଗରେ ଶୃଙ୍ଖଳାର ସହ ସମାପନ ହୋଇଥିଲେ ମଧ୍ୟ ଶେଷ ଦିବସର ପଦଯାତ୍ରା ଗୌତମୀରେ ପରିକ୍ରମା କରିବା ବେଳେ ଗାଁ ର କିଛି ବିଜେଡି ଯୁବଗୋଷ୍ଠୀଙ୍କ ପାରସ୍ପରିକ ମଦ ବେପାର ଜନିତ ମତାନ୍ତରକୁ ପଦଯାତ୍ରା ସମୟରେ ବଚସା କରି ଗଣ୍ଡଗୋଳ କରିବା ନେଇ ଉପୁଜିଥିବା ପରିସ୍ଥିତି ଅସନ୍ତୁଷ ବିଜେଡି ଗୋଷ୍ଠୀଙ୍କୁ ସମାଲୋଚନା ପାଇଁ ସୁରାକ ଯୋଗାଇଥିବା ସ୍ପଷ୍ଟ ହୋଇଛି । ବ୍ଲକ୍ ଅଞ୍ଚଳ ୬୨ ନଂ ଜୋନ ଅନ୍ତର୍ଗତ ସାହାସପୁର , ଗୌତମୀ , କଲରାପଦର, ଏରେଣ୍ଡ୍ରା, ରଧାଦେଇପୂର୍ ଏବଂ ପାଟପୁର ପଞ୍ଚାୟତରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ , ବ୍ଲକ୍ ଅଧ୍ୟକ୍ଷା ସିମାଞ୍ଚଲ ପାତ୍ର,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ପ୍ରମୁଖଙ୍କ ସହ ତିନି ଜିଲ୍ଲାପରିଷଦ ସଭ୍ୟଙ୍କ ସହ ପାଞ୍ଚ ଶହରୁ ଉର୍ଦ୍ଧ ଜନତାଙ୍କ ସମାବେଶରେ ସାହାସପୁରା ହାଟପଦା ଠାରୁ ପଦଯାତ୍ରା ଆରମ୍ଭ କରି ସହାସପୁର ପଞ୍ଚାୟତ ପରିକ୍ରମା ପରେ ଗୌତମୀ ଠାରେ ପହଞ୍ଚିଥିଲେ । ପଦଯାତ୍ରା ଅଭିଯାତ୍ରୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିଶାଳ ପଟୁଆରେ ଶୋଭାଯାତ୍ରାରେ ସମ୍ବର୍ଦ୍ଧିତ କରିବା ପରେ ଗ୍ରାମ ପରିକ୍ରମା କରାଇଥିଲେ । ଦଳୀୟ ନେତ୍ରୀ ପ୍ରାକ୍ତନ ବିଧାୟିକା ନନ୍ଦିନୀ ଦେବୀ , ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁଙ୍କ ସହ ସ୍ଥାନୀୟ ବରିଷ୍ଠ ନେତାଙ୍କ ପଥପ୍ରାନ୍ତ ସଭା ସମୟରେ
ଏକ ଅଭାବନୀୟ ଦୃଶ୍ୟ ଅନୁମାନ କରାଯାଇଥିଲା । ମଦ ବେପାର ଜନିତ ପୂର୍ବ କାରଣକୁ ନେଇ ଗୌତମୀର ଦୁଇ ଗୋଷ୍ଠୀଙ୍କ ମାତାନ୍ତରକୁ ଅସନ୍ତୁଷ୍ଟ ଗୋଷ୍ଠୀ ସୁଯୋଗ ହାତଛଡ଼ା ନ କରି ଏମାନଙ୍କୁ ପଦଯାତ୍ରା ସମୟରେ ଉସୁକାଇଥିଲେ । ଫଳ ସ୍ୱରୂପ ସ୍ଥାନୀୟ ଗଣ୍ଡଗୋଳକୁ ପଦଯାତ୍ରାରେ ଭର୍ତି କରି ବିପକ୍ଷ ଗୋଷ୍ଠି ଅପନିଦିତ ହୋଇଥିବା ଆଲୋଚନା ହୋଇଥିଲା । ପଦଯାତ୍ରା ଯଥା ବିଧିରେ ଗୌତମୀ ପରିକ୍ରମା କରି କଲରାପଦର , ଏରେଣ୍ଡ୍ରା , ରାଧାଦେଇପୁରା ଏବଂ ପାଟପୁର ପଞ୍ଚାୟତ ପରିକ୍ରମା କରି ପଦଯାତ୍ରା କାର୍ଯ୍ୟକ୍ରମ ସଫଳ ସହ ସମାପ୍ତ କରିଥିବା ବେଳେ ଗୌତମୀରେ ହୋଇଥିବା ଘଟଣାକୁ ନେଇ ବିନା ଉପସ୍ଥିତିରେ ଥିବା ଗଣମାଧ୍ୟମ ଭିନ୍ନ ରଙ୍ଗରେ ଉପସ୍ଥାପନା କରିବା ସହ ଭିଡିଓ ଭାଇରାଲ କରିଥିଲେ । ପ୍ରତ୍ୟକ୍ଷଦର୍ଶୀ ଭାବେ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକ ମାନେ ଏହି ସାଧାରଣ ଘଟଣାକୁ ନଜର ଅନ୍ଦାଜ କରିଥିବା ବେଳେ ପ୍ରଯୋଜିତ ଭିଡିଓ କ୍ଲିପ ଭାଇରାଳକୁ ନେଇ ଦଳୀୟ ଅନୁଗତଙ୍କ ସହ ସ୍ଥାନୀୟ ନେତ୍ରୀ ବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ । ସାନଖେମୁଣ୍ଡି ବ୍ଲକ୍ ବିଜେଡି ସମ୍ପ୍ରତି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଏକ ଗୋଷ୍ଠି ନନ୍ଦିନୀ ଦେବୀଙ୍କ ନେତୃତ୍ବକୁ ଶକ୍ତିଶାଳୀ କରୁଥିବା ବେଳେ ଅନ୍ୟ ଗୋଷ୍ଠି ଏଥିରୁ ଦୂରେଇ ରହିଥିବା ଦେଖାଯାଇଛି । ସାନଖେମୁଣ୍ଡିରେ ବିକାଶ ଦଳୀୟ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥରେ କିଛି ସ୍ଥାନୀୟ ନେତାଙ୍କ ପାଇଁ ହିଁ ସାନଖେମୁଣ୍ଡିରେ ବିଜେଡି ବାଟବଣା ହେଉଥିବା ଜଣାପଡିଛି ।


