ମନ୍ତ୍ରୀ ବାଣ୍ଟିଲେ ଆବାସ ମରାମତି ପାଇଁ ଟଙ୍କା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ସାନଖେମୁଣ୍ଡି ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ପୁଣି ରାଜ୍ୟ ସରକାର ଘର ମରାମତି ପାଇଁ ଟଙ୍କା ଦେଇଛନ୍ତି l ବିଜୁ ଆବାସ ମାରମତି ପାଇଁ ୩୦୦୦ ଟଙ୍କାର ଅନୁଦାନ ର ରାଶି ପ୍ରଦାନ କରିଛନ୍ତି l ଖଣିଜ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଶୁଭାରମ୍ଭ କରିଛନ୍ତି l ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର, ପୋଡ଼ାମାରି , ପଦ୍ମପୁର, ପଟିଗୁଡ଼ା, ଛଣମେରୀ ପଞ୍ଚାୟତରେ ମନ୍ତ୍ରୀ ଆବାସ ଟଙ୍କା ବଣ୍ଟନ କରିବା ସହ କାନ୍ଥ ପୋଷ୍ଟର ଲଗାଇଥିଲେ l ଏହି କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବିଜେଡି ସଭାପତି ନୀଳମାଧବ ରାଉତ, ସହଦେବ ପ୍ରଧାନ ଧୋବା ସ୍ୱାଇଁ, ବିଜୟ କୁମାର ଭୂୟାଁ,ସନ୍ତୋଷ କୁମାର ବିଷୋୟୀ, ଅମିନ ପ୍ରଧାନ, ଓମ୍ ପ୍ରସାଦ ସାହୁ ଙ୍କ ସମେତ ବହୁ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ l


