ମନ୍ଦିର ପାର୍ଶ୍ବ ରୁ ଚନ୍ଦନ ଗଛ କାଟି ନେଇଗଲେ ଦୁର୍ବୁତ୍ତ
ଶେରଗଡ,(ବିଭୁ ପ୍ରସାଦ ଦାସ) : ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ନରେନ୍ଦ୍ରପୁର ଗାଁ ମଧ୍ଯ ଭାଗ ରେ ଥିବା ଗୋପୀନାଥ ମନ୍ଦିର ପ୍ରାଙ୍ଗଣନ ରୁ ଆଜି ମଧ୍ୟ ରାତ୍ରି ରେ କିଛି ଦୁର୍ବୁତ୍ତ ପ୍ରାୟ ଆଠ ଫୁଟ ଲମ୍ବ ଓ ଦୁଇଫୁଟ ଓସାର ଚନ୍ଦନ ଗଛ କୁ କାଟି ନେଇଥିବା ଜଣା ପଡ଼ିଛି । ସକାଳୁ ମନ୍ଦିର ପୂଜାରୀ ଗଛ କାଟି କେହି ନେଇଯିବାର ଦେଖି ଗ୍ରାମ ବାସୀ ଙ୍କୁ ଖବର ଦେଇଥିଲେ।ଗ୍ରାମ ବାସୀ ହିଞ୍ଜିଳି ଥାନା ରେ ଖବର ଦେଇଥିବା ଜଣା ପଡ଼ିଛି । ଚନ୍ଦନ ଗଛ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ତେବେ ଉକ୍ତ ଡକାୟତି ରେ ଗ୍ରାମ ର କେହି ବ୍ୟକ୍ତି ସମ୍ପୃକ୍ତ ଅଛି ବୋଲି ଅନୁମାନ କରାଯାଉଛି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଙ୍କ ତରଫରୁ ଦାବି ହେଉଛି ।


