ମନ୍ଦିର ରାସ୍ତା ନିର୍ମାଣ ଘଟଣାକୁ କେନ୍ଦ୍ର କରି ଆକ୍ରମଣ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ଗ୍ରାମରେ ମନ୍ଦିର ରାସ୍ତା ନିର୍ମାଣ ଘଟଣାକୁ କେନ୍ଦ୍ର କରି ଦୁଇଗୋଷ୍ଠିଙ୍କ ହଟଗୋଳ ହୋଇଥିଲା। ଖବରରୁ ଜଣାଯାଏ ସେହି ଗ୍ରାମର ସୁରେନ୍ଦ୍ର ମୁଦୁଲି ତାଙ୍କ ପୈତୃକ ସ୍ଥାନରେ ଏକ ମହାବୀର ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରକୁ ଯିବାକୁ ଏକ କଚ୍ଚା ରାସ୍ତା ନିର୍ମାଣ କରିଥିଲେ। ବର୍ଷାରେ ରାସ୍ତା କାଦୁଅ ହେବାରୁ ସୁରେନ୍ଦ୍ର ଢଳେଇ ରାସ୍ତା ନିର୍ମାଣ ପାଇଁ ବାଲିଗୋଡି ଚିପସ୍ ଓ ମେଟାଲ୍ ଗଦେଇ ଥିଲେ। ଆଜି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସେହି ରାସ୍ତା ନିର୍ମାଣ ପାଇଁ ଲୋକମାନଙ୍କୁ ଡାକି କାର୍ଯ୍ୟ ଆରମ୍ଭ କରିଥିଲେ। ସୁରେନ୍ଦ୍ର ବିରୋଧ କରିବାରୁ ସରପଞ୍ଚ ପ୍ରତିନିଧି ତାଙ୍କୁ ଠେଲା ଠେଲି କରିଥିଲେ। ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ ମାରିବା ସହିତ ମାରଣାସ୍ତ୍ର ଦେଖାଇଥିଲେ ବୋଲି ସୁରେନ୍ଦ୍ର ବାଲିକଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ