ମନ୍ଦୀର ନିକଟରୁ ବ୍ରାଉନ ସୁଗାର ଜବତନୟାଗଡ, (ଯୁଗାବ୍ଦ ନ୍ୟୁଜ) : ନୟାଗଡ ଜିଲ୍ଲା ରଣପୁରୁ ଥାନା ମଣିନାଗ ମନ୍ଦୀର ନିକଟରୁ ଜବତ ହେଲା ବ୍ରାଉନ ସୁଗାର । ଚାନ୍ଦପୁରୁ କେରଣ୍ଡାଟାଙ୍ଗୀ ଅଞ୍ଚଳରେ ବସନ୍ତ କୁମାର ପ୍ରଧାନ ଓ ହେମନ୍ତ କୁମାର ପ୍ରଧାନ ରଣପୁରୁ ମଣିନାଗ ମନ୍ଦୀର ନିକଟକୁ ବ୍ରାଉନସୁଗାର ବିକ୍ରିପାଇଁ ଅ।ସିଥିବା ବେଳେ ରଣପୁରୁ ପୋଲିସ ହାତରେ ଧରା ପଡିଛନ୍ତି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ରଣପୁରୁ ପୋଲିସ ମଣିନାଗ ମନ୍ଦୀର ନିକଟରେ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିବାରେ ilc ହୋଇଛି । ଏହା ସହ ଅଭିଯୁକ୍ତଙ୍କ ନିକଟରୁ ୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ,ଦୁଇଟି ମୋବାଇଲ ଫୋନ ,୧୫ଶହ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ବହୁ ପୁରୁଣା ନିଶାଖୋର ହୋଇଥିବା ବେଳେ ସେମାନେ ପୋଲିସ ଅ।ଖିରେ ଧୁଳିଦେଇ ବ୍ରାଉନସୁଗାରକୁ ଛୋଟଛୋଟ ପ୍ୟାକେଟ କରି ରଣପୁରୁ ,ଚାନ୍ଦପୁରୁ ଏବଂ ଅ।ଖପାଖ ଅଚଂଳରେ ବିକ୍ରି କରୁଥିଲେ ବୋଲି ନୟାଗଡ ଏସପି ସୁଚନା ଦେଇଛନ୍ତି ।