ମମତା କହିଲେ ମିଥ୍ୟ ଖବର

ଦଳର ନାଁ’ରୁ ‘କଂଗ୍ରେସ’କୁ ବାଦ ଦିଆ ଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ମିଥ୍ୟା ବୋଲି କହିଛି।
ଆନୁଷ୍ଠାନିକ ବିବୃତି ଜାରି କରି ଦଳ କହିଛି, ନିର୍ବାଚନ କମିସନ୍ଙ୍କ ଠାରେ ଦଳର ନାମ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ବୋଲି ପଞ୍ଜିକରଣ କରାଯାଇଛି। ଜାନୁଆରି ୧ ତାରିଖ, ୧୯୯୮ ମସିହାରେ ନିର୍ବାଚନ କମିସନ୍ ଦଳର ନାଁ ଓ ସଙ୍କେତକୁ (ଫୁଲ ଓ ଘାସ) ଅନୁମୋଦନ ଦେଇଥିଲେ।
ପୂର୍ବରୁ ଗଣମାଧ୍ୟମ ଖବର ଦେଇଥିଲେ କି, ‘ଏଆଇଟିସି’ ତାହାର ଲୋଗୋ, ବ୍ୟାନର୍ ଓ ପୋଷ୍ଟର୍ରୁ ‘କଂଗ୍ରେସ’ ଶବ୍ଦ ହଟାଇ ଦେଇଛି। ଏବେ ଠାରୁ ପାର୍ଟିକୁ ‘ତୃଣମୂଳ’ ବୋଲି କୁହାଯିବ।
୧୨ଶ ଲୋକସଭା ନିର୍ବାଚନ ପ୍ରାରମ୍ଭରେ କଂଗ୍ରେସ ପାର୍ଟିରୁ ବାହାରି ଆସିବା ପରେ ଜାନୁଆରି ପହିଲା ୧୯୯୮ ମସିହାରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ‘ତୃଣମୂଳ କଂଗ୍ରେସ’ ସ୍ଥାପିତ ହୋଇଥିଲା। ଏଆଇଟିସି େଓ୍ଵବ୍ସାଇଟ୍ ଅନୁସାରେ, ‘ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି’ (ମାର୍କସ୍ବାଦୀ) ବର୍ବରୋଚିତ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଟିଏମ୍ସି ଗଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ