ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ନଗର ପକ୍ଷରୁ ମ୍ୟୁନିସିପାଲିଟି ଘେରାଓ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ନଗର ବିଜେପି ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ସହିତ ସମ୍ପୃକ୍ତ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବିରେ ବାଲେଶ୍ୱର ମ୍ୟୁନିସିପାଲିଟିକୁ ଆଜି ପୂର୍ବାହ୍ନ ୧୧ଟାରୁ ଦିବା ୧ ଟା ଘଣ୍ଟା ପର୍ଯ୍ୟନ୍ତ ଘେରଉ କରାଯାଇଥିଲା । ବାଲେଶ୍ୱର ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୟରେ ପ୍ରତିବାଦ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଅଧ୍ୟକ୍ଷତା କରିଥିଲେ I ଏହି ପ୍ରତିବାଦ ସଭାରେ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବହିଷ୍କାର କରିବା ସହିତ ରାଜ୍ୟ ସରକାରଙ୍କ ସହିତ ଲଢେଇ ଜାରିରହିବ ବୋଲି ଶ୍ରୀଯୁକ୍ତ ପଣ୍ଡା ପ୍ରକାଶ କରିଥିଲେ । ବକ୍ତା ମାନେ ମମିତାଙ୍କୁ ନ୍ଯାୟ ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଟାଳବାହାନା ନୀତି ଉପରେ ବର୍ଷି ଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ, ଗୃହ ରାଜ୍ୟ ମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ମ୍ୟୁନିସିପାଲିଟି ପରିସରରେ ଦାହ କରାଯାଇଥିଲା । ଏହି ମ୍ୟୁନିସିପାଲିଟି ଘେରଉ ଏବଂ ପ୍ରତିବାଦ ସଭାରେ ପର୍ଶୁରାମ ପରିଡ଼ା, ଶୁଭଙ୍କର ମହାପାତ୍ର, ସୋଭନା ମହାନ୍ତି, ଜୀବନ ପ୍ରଦୀପ ଦାଶରାଧାକୃଷ୍ଣ ଦାସ, ଯୋଗେନ ରଣା, ସନାତନ ବାରିକ୍, ପ୍ରଶାନ୍ତ ପରିଡ଼ା, ସିଦ୍ଧେଶ୍ୱର ବିନ୍ଧାଣୀ, ତରୁଣ ବର୍ଦ୍ଧନ, ସର୍ବେଶ୍ଵର ପାତ୍ର, ପ୍ରଦୀପ କୁମାର ବେହେରା,କମଳ ଲୋଚନ ଦାସ , ଭିଭୂପଦ ଦାସ, ଆଶିଷ ଘୋଷ, ସୁଶାନ୍ତ ବେରା ସୁସ୍ମିତା ପଣ୍ଡା, ସବିତା ପାଣିଗ୍ରାହୀ , ଦୁର୍ଗା ପ୍ରସନ୍ନ,ମାସନ୍ତ ଭାଇ, ସୁଶାନ୍ତ ବର୍ଦ୍ଧନ, ଶ୍ରୀୟା, ମଧୁଶ୍ରୀ, ତରୁଲତା , ସୁକାନ୍ତି ଦେବଗୋସ୍ଵମି, ସସ୍ମିତା ଚାନ୍ଦ, ପିଙ୍କି ପ୍ରଧାନ, ବିଜୟ ନାୟକ, ସୁବାସ ଦାସ, ଅଜୁ, ରାଜେଶ୍ ମହାପାତ୍ର, ଦୀପକ୍, ବାଟା, ବେଣୁ ନନା, ମୁନା ମହାନ୍ତ, ସ୍ଵାଧୀନ ପଣ୍ଡା, ବାବୁଲା, ବଳିଆ ଭାଇ କଟି ଭାଇ ,ପିଣ୍ଟୁ ପଣ୍ଡା ପ୍ରମୁଖ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର