ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୨ଟି ବାମପନ୍ଥୀ ଦଳ ପକ୍ଷରୁ କେନ୍ଦ୍ରାପଡାରେ ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କେନ୍ଦ୍ରାପଡାରେ ୨ଟି ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ(ଏମ) ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ସଂଗଠିତ ହୋଇଯାଇଛି । ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା, ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସାନ୍ଧନକାରୀ ଦଳ(ଏସ.ଆଇ.ଟି.) ଦ୍ୱାରା ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ କରାଯିବା, ଦିବ୍ୟଶଙ୍କର ମିଶ୍ରଙ୍କୁ ଏସ.ଆଇ. ଟି. ତଦନ୍ତ ପରିସରଭୁକ୍ତ କରିବା, ଅପରାଧୀମାନଙ୍କୁ ଆଇନ ଅନୁଯାଇ ଦୃଷ୍ଟାନ୍ତ ମୂଳକ ଶାସ୍ତ୍ରି ଦେବା, ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ବାମପନ୍ଥୀଦଳ ମାନେ ଦୃଢ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମ) ପକ୍ଷରୁ ଜଗତଜୀବନ ଦାଶ, ଉମେଶ ଚନ୍ଦ୍ର ସିଂହ, ମାଧବ ଦାସ, ରତ୍ନଜୟ ମଲିକ, ବିନୟ ଭୂଷଣ ମଲିକ ଓ ସିପିଆଇ ପକ୍ଷରୁ ଆଦିକନ୍ଦ ରାଉଳ, ସୀତାକାନ୍ତ ନାୟକ, ନିରଞ୍ଜନ ଦାସ, ନନ୍ଦିନୀ ସ୍ୱାଇଁ ପ୍ରମୁଖ ବହୁ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ । ଆନ୍ଦୋଳନ ସ୍ଥଳକୁ ଆସି ଉପଜିଲ୍ଲାପାଳ ନିରଞ୍ଜନ ବେହେରା ରାଜ୍ୟପାଳଙ୍କ ଉଦେଶ୍ୟରେ ଉଦ୍ଦିଷ୍ଟ ଦାବିପତ୍ରକୁ ଗ୍ରହଣ କରିଥିଲେ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବାମପନ୍ଥୀ ଦଳମାନେ ଉପସ୍ଥାପିତ କରିଥିବା ସମସ୍ତ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ