ମରଣାନ୍ତକ ଆକ୍ରମଣରେ ମହିଳା ଗୁରୁତର ଅଭିଯୁକ୍ତଙ୍କ ଗିରଫ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ଜମିବାଡ଼ି ବିବାଦ ତଥା ପୂର୍ବ ଶତ୍ରୁତାକୁ ନେଇ କୁଟୁମ୍ବ ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ମହିଳା ଜିଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି । ମହିଳା ଜଣକ ହେଲେ ବସ୍ତାଥାନା ଅନ୍ତର୍ଗତ ସୋଲପଟା ଅଞ୍ଚଳର ରାଜେନ୍ଦ୍ର ଜେନାଙ୍କ ପତ୍ନୀ ସୁଶୀଳା ଜେନା (୩୫) । ସ୍ୱାମୀ ଗୁଜରାଟରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସୁଶୀଳା ଦୁଇଗୋଟି ଛୋଟ ପିଲାଙ୍କୁ ନେଇ ଘରେ ରହିଆସୁଥିିଲେ । ତବେ ପୂର୍ବ ଶତ୍ରୁତାକୁ ନେଇ ଗତ ୧୬ ତାରିଖରେ ତାଙ୍କର କୁଟୁମ୍ବ ଲୋକେ ସୁଶୀଳାଙ୍କ ଘର ବାରଣ୍ଡାରେ ବାଡ଼ ବସାଇଥିଲେ । ସେ ପ୍ରତିବାଦ କରିବାରୁ ତାଙ୍କୁ ଘରୁ ଘୋସାରି ଆଣି ନିସ୍ତୁତ ମାଡ଼ ମାରିଥିଲେ । ସୁଶୀଳା ରକ୍ତାତ ହୋଇ ବାହାରେ ଅଚେତ ଅବସ୍ଥାରେ ପଡ଼ିଥିଲେ ବି ଅଭିଯୁକ୍ତ କୁଟୁମ୍ବଙ୍କ ଭୟରେ କେହି ତାଙ୍କୁ ଉଠାଇବାକୁ ଆସିନଥିଲେ ।ଏ ଘଟଣା ସମ୍ପର୍କରେ ସେ ଅଞ୍ଚଳର କିଛି ବ୍ୟକ୍ତି ରେମୁଣା ଗୁଡ଼ୁଦା ଅଞ୍ଚଳର ସୁଶୀଳାଙ୍କ ବାପଘରକୁ ଖବର ଦେଇଥିଲେ । ଖବର ପାଇ ସୁଶୀଳାଙ୍କ ଭାଇ ହରି ଦାସ ବସ୍ତା ଥାନାରେ ଏତଲା ଦେବା ସହ ପୁଲିସ ସହାୟତରେ ଭଉଣୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏବେ ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଅନ୍ୟପକ୍ଷରେ ମାମଲା ରଜୁକୁ ୨୪ଘଣ୍ଟା ବିତିଯାଇଥିଲେ ବି ବସ୍ତା ଥାନା ପୁଲିସ ଅଦ୍ୟାବଧି କାହାରିକୁ ଗିରଫ ନ କରିବାକୁ ନେଇ ହରିଦାସଙ୍କ ପରିବାର ତଥା ସୋଲପଟା ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ