ମରିସସ୍ରେ ଥିବା ସୁଉଚ୍ଚ ଦୁର୍ଗା ମୂର୍ତ୍ତି

ଭାରତରେ ଅନେକ ମଠ, ମନ୍ଦିର, ସ୍ଥାପତ୍ୟ ନିଜର ନିର୍ମାଣ ଶୈଳୀ ଲାଗି ସ୍ୱାତନ୍ତ୍ର‌୍ୟ ବଜାୟ ରଖିଛନ୍ତି । କିଛି ମୂର୍ତ୍ତି ନିଜର କଳାକୃତି ଲାଗି ପ୍ରସିଦ୍ଧି ଲାଭ କରିଥିବା ବେଳେ କିଛି ମୂର୍ତ୍ତି ନିଜର ଉଚ୍ଚତା ଲାଗି । ଭାରତ ଏକ ହିନ୍ଦୁପ୍ରଧାନ ଦେଶ ହୋଇଥିବା ଯୋଗୁଁ ଏଠାରେ ବିଭିନ୍ନ ଦେବଦେବୀଙ୍କ ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତିମାନ ଦେଖିବାକୁ ମିଳେ । ତେବେ ଜାଣି ଆଶ୍ଚର‌୍ୟ୍ୟ ହେବେ, ପୃଥିବୀର ସର୍ବବୃହତ୍ ଦୁର୍ଗାଙ୍କ ପ୍ରତିମୁର୍ତ୍ତି ରହିଛି ମରିସସ୍ରେ । ଗ୍ରାଣ୍ଡ ବେସିନ୍ଠାରେ ଅବସ୍ଥିତ ଏହି ସୁଉଚ୍ଚ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୧୦୮ ଫୁଟ । ସମୁଦ୍ର ପତ୍ତନଠାରୁ ୫୫୦ ମିଟର ଉଚ୍ଚତାରେ ଅବସ୍ଥିତ ଏହି ମୂର୍ତ୍ତି ଲୁହା ଏବଂ କଂକ୍ରିଟରେ ନିର୍ମିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ