ମରୁଡି ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): : ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ହେତୁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବ୍ୟାହତ ହୋଇଛି । ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୃଷି ବିଭାଗ ସହିତ ଅନ୍ୟାନ୍ୟ ପାରିପାର୍ଶିକ ସଂପର୍କ ଥିବା ବିଭାଗ ଗୁଡକର ଅଧିକାରମାନଙ୍କର ଜରୁରୀ ବୈଠକ ଡାକି କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଖରିଫ୍ ଋତୁରେ ମୁଖ୍ୟ ହେଉଛି ଧାନଚାଷ । ଏଠାରେ ଚାଷକାର୍ଯ୍ୟ ଆଗୁଆ ଆରମ୍ଭ ହୋଇଥାଏ । ୪ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଅର୍ଦ୍ଧାଧିକ ଜମିରେ ଧାନଚାଷ ହୋଇଥାଏ । ଜୁଲାଇ ମାସ ମଧ୍ୟ ଭାଗ ସୁଦ୍ଧା ଜିଲେଲାର ୨୨୦ ମିମି ବର୍ଷା ହେବା କଥା, ଅଦ୍ୟାବଧି ଏହା ୭୦ ମିଲିମିଟରରେ ସୀମିତ ରହିଛି । ଧାନତଳି ଗୁଡିକରେ ସମୟ ଅତିକ୍ରାନ୍ତ ହୋଇଯାଇଛି । ଏହି ଅବସ୍ଥାରେ ସମଗ୍ର ପ୍ରଶାସନ ଚାଷୀର ନିକଟତର ହେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଅଳ କିସମ ଧାନଗୁଡିକର ବିହନ ପୁନର୍ବାର ସଂଗୃହୀତ ହେବ । ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ଆବଣ୍ଟନ ହେବ । ଅଣଧାନ ଫସଲ ଯଥା- ମୁଗ,ବିରି, ଚିନାବାଦମ ପ୍ରଭୃତି ବିହନ ପର୍ଯ୍ୟାପ୍ତ ମାତ୍ରାରେ ଚାଷୀଙ୍କୁ ଯୋଗାଇ ଦିଆଯିବ । ଧନେଇ,ବାଘୁଆ,ହରଭଙ୍ଗା ଓ ଋଷିକୂଲ୍ୟା ପ୍ରକଳ୍ପ ଗୁଡିର ଜଳକୁ ନିୟନ୍ତ୍ରିତ କରି ଚାଷ ଜମିରେ ଜଳସେଚିତ କରାଯିବ । ଏପରି ପରିସ୍ଥିତିରେ ଚାଷୀ କ’ଣ କରିବା ଉଚିତ୍ ତାର ଏକ ପ୍ରଚାର ପତ୍ର ଓଡିଆ ଭାଷାରେ ଲିପବଦ୍ଧ ହୋଇ ଜିଲ୍ଲାସାରା ବଣ୍ଟନ ହେବ । କୃଷି ବିଭାଗ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରି ଚାଷୀମାନଙ୍କ ପାଖରେ ବାର୍ତା ପହଞ୍ଚାଇବେ । ଉଦ୍ୟାନ ବିଭାଗ, କୃଷି ବିଭାଗ ଆକାଶବାଣୀ ମାଦ୍ୟମରେ ଚାଷୀମାନଙ୍କୁ ପରାମର୍ଶ ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ