ମରେଇଗାଁ ଠାରେ ବଶିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଶିବିର
ହାଟଡିହି, (ବିକାଶ ବିଶ୍ୱାଳ):ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମରେଇଗାଁ ଠାରେ ବଶିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସନ୍ତୋଷ କୁମାର ମଲ୍ଲ, ଏଲ.ଟି ମୁକୁନ୍ଦ ବଳ, ଅପର୍ଣ୍ଣା କୁଅଁର, ପ୍ରଭାତୀ ବେହେରା, ସ୍ବାସ୍ଥ୍ୟକର୍ମୀ ସୁଷମା ଜେନା, ପ୍ରତ୍ୟୁଷ ସେଠୀ ପ୍ରମୁଖ କର୍ମଚାରୀ ମାନେ ଯୋଗଦେଇ ୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ବହୁ ଦୂର ଦୁରାନ୍ତରୁ ରୋଗୀମାନେ ଚିକିତ୍ସା ସେବା ପାଇଁ ଧାଇଁ ଆସିଥିଲେ ବି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଔଷଧ ଦିଆ ନଯିବାରୁ ବରିଷ୍ଠ ନାଗରିକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଙ୍ଘର ସଭାପତି ଗୋପବନ୍ଧୁ ସୁଆର, ସମ୍ପାଦକ ବୃନ୍ଦାବନ ପଣ୍ଡା, ଗଣେଶ୍ୱର ମହାନ୍ତି, ବାଣେଶ୍ୱର ଜେନା, ନକୁଳ ସାମଲ , କୃଷ୍ଣଚନ୍ଦ୍ର ପଣ୍ଡା , ଜଳଧର ମହାପାତ୍ର, ନାରାୟଣ ସାହୁ, ସୁରେନ୍ଦ୍ର ପରିଡ଼ା, ଅନାମ ଜେନା, ଉପେନ୍ଦ୍ର ଜେନା , ବିଶ୍ବନାଥ ମଲ୍ଲିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ।