ମରୈଗାଁ ରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ହାଟଡ଼ିହି : କୃଷି ବିଭାଗ ପକ୍ଷରୁ ମରୈଗାଁ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ସହକାରୀ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆତ୍ମାର ଚେୟାରମ୍ୟାନ ବଳରାମ ବେହେରା, କୃଷି ଓଭରସିୟର ନିରଞ୍ଜନ ରଥ, ଉଦ୍ୟାନ ବିଭାଗର ସୁକାନ୍ତୀ ଦାସ, ମତ୍ସ୍ୟ ବିଭାଗର ଅଧିକାରୀ ଯୋଗଦେଇ, ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ, ମୃତ୍ତିକା ସଂରକ୍ଷଣ ଓ ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ମୃତିକାର ସ୍ୱାସ୍ଥ୍ୟ ରକ୍ଷା ସହିତ ମୃତିକା ରକ୍ଷା କିପରି ହେବ ସେନେଇ କୃଷି ଅଧିକାରୀ ଚାଷୀ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଢ଼େଙ୍କା ପଞ୍ଚାୟତ ଡେଙ୍ଗାଚୁଆ ଗ୍ରାମର ସଫଳ ଚାଷୀ ଗୋବିନ୍ଦ ମାଝୀ ଜୈବିକ ପଦ୍ଧତିରେ ଚାଷ କରି କିପରି ସାର ବିଷ ପ୍ରଭାବରୁ ମୃତ୍ତିକାକୁ ରକ୍ଷା କରାଯାଇ ପାରିବ ତାହା ଉପରେ ଦିଗଦର୍ଶନ ଦେଇଥିଲେ । ସମଣା ପଞ୍ଚାୟତର ସରପଞ୍ଚ ମୃତିକା ସଂରକ୍ଷଣ ସକାଶେ ଗଛ ଲଗାଇବା କାର୍ଯ୍ୟକ୍ରମ ଓ ଜୈବିକ ଖତ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ । ଚାଷୀ ମାନଙ୍କ ଜମିର ମାଟି ପରୀକ୍ଷା ନମୁନାର ପରୀକ୍ଷା ଫଳାଫଳକୁ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଚାଷୀ ମାନଙ୍କୁ ବଣ୍ଟନ କରାଯାଇଥିଲା । କୃଷି କର୍ମଚାରୀ ନିରଞ୍ଜନ ସାହୁ, ବ୍ରଜ କିଶୋର ମୁଣ୍ଡା, କେଦାରନାଥ ଭୋଳ, ଶାନ୍ତନୁ କୁମାର ଷଡଙ୍ଗୀ, ଉମେଶ ଚନ୍ଦ୍ର ପ୍ରଧାନ, ଗୁରୁବାରୀ ବେହେରା, ନିରଜା ନଳିନୀ ନାୟକ, କାବେରୀ ମହାପାତ୍ର, ଶୋଭାନା ପ୍ରୀୟଦର୍ଶନୀ ପୁହାଣ, ସାଧନା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ