ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କୁଳିଅଣା ଥାନା ମାଛକାନ୍ଦଣା ଛକ ଷ୍ଷନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ,ଜଣେ ଆହତ। ମୃତକ ଜଣକ କୁଳିଅଣା ଥାନା ଅନ୍ତର୍ଗତ ଭଗବାନପୁର ଗାଁର କାଳିଆ ସିଂ। ସୂଚନା ଅନୁସାରେ ଗତକାଲି ରାତିରେ ଗୋଟିଏ ଧଳା ପଥର ବୋଝେଇ ଡ଼ମ୍ପର ବାରିପଦା ଦିଗରେ ଆସୁଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥର ମାଛ କାନ୍ଦଣା ଛକ ନିକଟରେ ରାସ୍ତା ଉପରେ ଛିଡା ହେଇଥିବା ଚିପ୍ସ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଧଳା ପଥର ଵୋଝେଇ ଟ୍ରକର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିବା ବେଳେ ଚିପ୍ସ ବୋଝେଇ ଡ଼ମ୍ପର ଚାଳକ ସାମାନ୍ୟ ଆହତ ହେଇଥିବାର ଜଣା ପଡ଼ିଛି। ମୃତକ ଜଣକ କୁଳିଅଣା ଥାନା ଅନ୍ତର୍ଗତ ଭଗବାନପୁର ଗାଁର କାଳିଆ ସିଂ। ଘଟଣା ସ୍ଥଳରେ କୁଳିଅଣା ଥାନା ପୋଲିସ ପହଞ୍ଚି ଆହତ ଡ଼ମ୍ପର ଚାଳକକୁ ଚିକିତ୍ସା ନିମନ୍ତେ ବାରିପଦା ମେଡିକାଲକୁ ପଠାଇବା ସହ ମୃତ ଟ୍ରକ ଚାଳକ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡିକାଲକୁ ପଠାଇଛି । ଏଥିସହିତ ଥାନାରେ ଏକ ମାମଲା ରୁଜୁ କରି ଟ୍ରକ ଓ ଡ଼ମ୍ପରକୁ ଜବତ କରିଥିବାର ଜଣାପଡିଛି ।