ମଳିପଡ଼ାରେ ବିଜେପି ପ୍ରତିଷ୍ଠା ଦିବସ
ନିରାକାରପୁର (ଯୁଗାଦ୍ଧ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ପ୍ରତିଷ୍ଠା ଦିବସ ବରିଷ୍ଠ ବିଜେପି ନେତା କେଳୁ ଚରଣ ଜଗଦ୍ଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡୟତରାୟ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇ ବିଜେପିର ଉତ୍ତୋରତ୍ତର କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ