ମଶାଙ୍କ ପସନ୍ଦର ବ୍ୟକ୍ତି

ମଶା ପ୍ରାୟ ସବୁ ଦେଶରେ ଦେଖିବାକୁ ମିଳିଥାନ୍ତି । ମଶା କାମୁଡିବା ଲୋକଙ୍କୁ ଖାଲି କଷ୍ଟ ଦେଇନଥାଏ, ବହୁ ସମୟରେ ସମସ୍ୟାରେ ପକାଇଥାଏ । ତେବେ ମଶା ସବୁବେଳେ ସବୁ ଲୋକଙ୍କୁ କାମୁଡି ନଥାଏ । ମଶା କାମୁଡା ପାଇଁ ବହୁ କାରଣ ରହିଛି । ଆସନ୍ତୁ ଜାଣିବା ମଶା କାହାକୁ ଓ କାହିଁକି କାମୁଡିଥାନ୍ତି ।ଆପଣଙ୍କ ବ୍ଲଡଗ୍ରୁପ ଓ’ ଶ୍ରେଣୀର ଯାଉଛି କି? ଯଦି ଆପଣଙ୍କ ବ୍ଲଡଗ୍ରୁପ ‘ଓ’ ଗ୍ରୁପ୍ର ତେବେ ଆପଣଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହେବେ । ସେହିପରି ‘ବି’ ଗ୍ରୁପ୍ ବ୍ଲଡ ଧାରଣ କରିଥିବା ବ୍ୟକ୍ତି ବିଶେଷ ‘ଏ’ ଗ୍ରୁପ୍ଠାରୁ ଅଧିକ ମଶାଙ୍କ ଶିକାର ହୋଇଥାନ୍ତି । ତେବେ ସମସ୍ତଙ୍କଠାରୁ ‘ଓ’ ଗ୍ରୁପ୍ର ଲୋକେ ଅଧିକ ଶିକାର ହୋଇଥାନ୍ତି । ଏହା ଏକ ଅଧ୍ୟୟନରୁ ଜଣାପଡିଛି ।ଅଧିକ ଅଙ୍ଗାରକାମ୍ଳ ତ୍ୟାଗ କରୁଥିବା ବ୍ୟକ୍ତି ମଶା କବଳରୁ ବର୍ତ୍ତିପାରନ୍ତି ନାହିଁ । ଏ କ୍ଷେତ୍ରରେ ଛୋଟ ପିଲାମାନେ ଟିକେ ସୁରକ୍ଷିତ । କାରଣ ସେମାନେ ବେଶୀ ଅଙ୍ଗାରକାମ୍ଳ ଛାଡ଼ନ୍ତି ନାହିଁ । କିନ୍ତୁ ଗର୍ଭବତୀ ମହିଳାମାନେ ନିଶ୍ୱାସପ୍ରଶ୍ୱାସରେ ଅଧିକ ଅଙ୍ଗାରକାମ୍ଳ ଛାଡୁଥିବାରୁ ସେମାନଙ୍କ ପାଇଁ ମଶା ବିପଦ ଅଧିକ ରହିଥାଏ ।

ଆପଣ ଜଣେ ଆଥଲେଟିକ କି?

ଯଦି ଆଥଲେଟ ହୋଇଥିବେ ତାହା ହେଲେ ମଶାଙ୍କର ଅଧିକ ପସନ୍ଦ ଆପଣ ହେବେ । କାରଣ ଯେଉଁମାନେ ଶରୀର ସର୍ବଦା ଗରମ ରୁହେ ସେମାନଙ୍କ ପ୍ରତି ମଶା ବେଶି ଆକର୍ଷିତ ହେବେ ।ଯେଉଁମାନଙ୍କ ଶରୀରରେ ଅଧିକ କୋଲେଷ୍ଟ୍ରୋଲ ଥାଏ ସେମାନେ ମଶାଙ୍କ ଦାଉରୁ ବର୍ତ୍ତିପାରନ୍ତି ନାହିଁ ।ଯିଏ ଅଧିକ ମଦ୍ୟପାନ କରନ୍ତି ସେମାନଙ୍କୁ ମଶା ଛାଡ଼ିନଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଶରୀରରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ । ଯାହା ମଶାମାନେ ବାରି ପାରନ୍ତି । ସେହିପରି ମଶାଙ୍କ ଆଘ୍ରାଣ ଶକ୍ତି ମଧ୍ୟ ଖୁବ୍ ତୀକ୍ଷ୍ମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ