ମସଜିଦ୍ ନିର୍ମାଣ ପାଇଁ ଜାଗା ଚିହ୍ନଟ ଆରମ୍ଭ କଲେ ଉତ୍ତରପ୍ରଦେଶ ସରକାର

ଅଯୋଧ୍ୟା- ମଙ୍ଗଳ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମସଜିଦ୍ ପାଇଁ ୫ଟି ଜମି ଚିହ୍ନଟ କରାଯାଇଛି । ସମସ୍ତ ଜମି ଗୁଡିକ ଅଯୋଧ୍ୟାର ‘ପଞ୍ଚୋକ୍ସି ପରିକ୍ରମା’ ବାହାରେ ରହିଛି। ବହୁଚର୍ଚ୍ଚିତ ଆଯୋଧ୍ୟା ରାୟର ଶୁଣାଣି କରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଟ୍ରଷ୍ଟ୍ ବୋର୍ଡ ଗଠନ ହେବା ପରେ ଯାଇ ଏହି ଜମିଗୁଡ଼ିକୁ ସରକାର ‘ସୁନି ୱାକ୍ଫ୍ ବୋର୍ଡ’କୁ ପ୍ରଦାନ କରିବେ। ସୂଚନାଥାଉକି ଗତ ନଭେମ୍ବର ୯ ତାରିଖରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିବାଦୀୟ ଜମିରେ ପୂର୍ବରୁ ରାମ ମନ୍ଦିର ଥିଲା ବୋଲି କହିବା ସହ ଅଯୋଧ୍ୟା ଭିତରେ ‘ସୁନି ୱକ୍ଫ୍ ବୋର୍ଡ’କୁ ମସଜିଦ୍ ପାଇଁ ୫ ଏକର ଜମି ଯୋଗାଇ ଦିଆଯିବ ବୋଲି ରାୟରେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ