ମହଗା ସୁନାମୁଖୀ ଶାନ୍ତିବନ ରକ୍ତଦାନ ଶିବିର ଅନଷ୍ଠିତ

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଥିବା ଦେଓଗାଁ ପଞ୍ଚାୟତ ମହଗାଁ ସୁନାମୁଖୀ ଶାନ୍ତିବନ ଠାରେ ସମ୍ବାଦ ଆମ ଓଡିଶା, ସୁନାମୁଖୀ ଶାନ୍ତିବନ ମହଗାଁ ଓ ଆଦିବାସୀ ସଂଘ କେସିଙ୍ଗା ବ୍ଲକ ର ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ,କଳାହାଣ୍ଡି ଜିଲ୍ଲା ବିଜେଡି ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ,ସହକାରୀ ଜିଲ୍ଲାପାଳ ଧିରୋଜ କୁମାର ପଟ୍ଟନାୟକ, ଗୋକୁଳେଶ୍ୱର ପଞ୍ଚାୟତ ସରପଞ୍ଚ କେଶୁଲାଲ ତାଣ୍ଡି, ଦେଓଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ଏବଂ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୬ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ଭବାନୀପାଟଣା ବ୍ଲଡ଼ବ୍ୟାଙ୍କର ଡକ୍ଟର ସମ୍ୟ କାନ୍ତ ସୁତା, ଡମ୍ବରୁଧର ସାହୁ ଅଜିତ କୁମାର ନାଏକ, ଗିରୀଶ ନାଏକ ପ୍ରମୁଖ ପରିଚାଳନା କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଗୋକୁଳେଶ୍ୱର ପଞ୍ଚାୟତ ସରପଞ୍ଚ କେଶୁଲାଲ ତାଣ୍ଡି, ପାଶ୍ଟିକୁଡ଼ି ଜିମ ମେନେଜର ସୀମାନ ଶବର ଓ ସରିଆଁ ଗ୍ରାମର ମିଲନ ଭୋଇ ସହଯୋଗ କରିଥିଲେ । ଆଗରୁ କେବଳ ସହରାଞ୍ଚଳର ଲୋକେ ରକ୍ତଦାନ କରୁଥିବା ବେଳେ ବର୍ତ୍ତମାନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ମଧ୍ୟ ସଚେତନ ହେବା ସହ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ନେଇ ସମ୍ବାଦ ଓ ସୁନାମୁଖୀ ଶାନ୍ତିବନ ମହଗାଁ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ