ମହଲପଡା ଗ୍ରାମପଞ୍ଚାୟତ ପକ୍ଷରୁ ମେଗା ରକ୍ତଦାନ ଶିବିର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମ ପଞ୍ଚାୟତର ମଣ୍ଡାପୋଖରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରକୁ କାକଟପୁର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ରକ୍ତଦାନ ଏକ ମହତ ଦାନ। ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସମାଜର ଦୁଃସ୍ଥ ଓ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ଜୀବନ ରକ୍ଷା କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ମହଲପଡା ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ୧୩ ନମ୍ବର୍ ଜୋନ ର ଜିଲ୍ଲା ପରିଷଦ ମାନସ କୁମାର ସେଠୀ, ୧୨ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ। ପୁଷ୍ପଲତା ସ୍ୱାଇଁ , ବନାଖଣ୍ଡି ପଞ୍ଚାୟତ ର ସରପଞ୍ଚ ପ୍ରଜ୍ଞାପରମିତା ନାୟକ, ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଭୁବନେଶ୍ବର ସ୍ଥିତ କ୍ଯାପିଟାଲ ହସପିଟାଲର ଡାକ୍ତର ଦେବାଶିଷ ମିଶ୍ରଙ୍କ ନେତୃତ୍ବରେ ଶାରଦା କାନ୍ତ ଚୌଧୁରୀ, ସତ୍ଯ ନାରାୟଣ ସାହୁ, ପ୍ରଣୀତା ଦାସ ପ୍ରମୁଖ ଏହି ମେଗା ରକ୍ତଦାନ ଶିବିରରେ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଏହି ମେଗା ରକ୍ତଦାନ ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ମହଲପଡା ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟକୁ ସମଗ୍ର ଗୋପ ବ୍ଳକରେ ପ୍ରଶଂସା କରାଯାଇଛି।


