ମହାକାବ୍ୟ ଗୀତଗୋବିନ୍ଦର ହେବ ଓଡ଼ିଆ ସଂକଳନ
ନିମାପଡ଼ା (ସନ୍ତୋଷ ଦାଶ ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅତି ପ୍ରିୟ ମହାକାବ୍ୟ ‘ଗୀତଗୋବିନ୍ଦ’ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ କଵି ଶ୍ରୀ ଜୟ ଦେବ ଙ୍କ ଦ୍ୱାରା ସଂସ୍କୃତ ରେ ରଚିତ ହୋଇଥିଲା l ଏହିକାବ୍ୟ ସାରା ପୃଥିବୀରେ ସର୍ବଶ୍ରେଷ୍ଠ ଭକ୍ତି କାବ୍ୟ ଭାବେ ପ୍ରସିଦ୍ଧିଲାଭ କରିଛି l ଓଡ଼ିଶାର ପ୍ରାୟ ମନ୍ଦିର, ମଠ, ଆଶ୍ରମ, ଗୃହର ଠାକୁର ଘର ମାନଙ୍କରେ କାବ୍ୟ ର ମୁଖ୍ୟଂlଶ ଦଶାବତାର ଶ୍ଳୋକ କୁ ଗାନକରାଗଲା l ଯାହା ଅଦ୍ୟାବଧି ପ୍ରଚଳନ ହୋଇଆସୁଛି l କାବ୍ୟଟି ର ଓଡ଼ିଆ ସଂକଳନ କରାଗଲେ ଓଡ଼ିଶାର ଘରେ ଘରେ ଏହା ପାଠକରାଯାଇପାରିବ l ଏହା ମତ ପ୍ରକାଶ କରିଛନ୍ତି ପୂର୍ବତନ ଆଇ. ଆର. ଏସ.ଚନ୍ଦ୍ରକାନ୍ତ ଦଳାଇ l ଶ୍ରୀ ଦଳାଇ ଗତକାଲି ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଜୟ ଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ଚାରିଛକ ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ବିଷୁଭ ମିଳନ ଉତ୍ସବ ରେ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ l ମହାକାବ୍ୟ ଗୀତଗୋବିନ୍ଦ ର ଓଡ଼ିଆ ଭାଷାରେ ଗ୍ରନ୍ଥ ରଚନା କରିବାକୁ ସେ ଘୋଷଣା କରିଥିଲେ l ଏଥପାଇଁ ଯାହା ଯାହା ଆବଶ୍ୟକ ତାହା କରିବେ ବୋଲି ପ୍ରକାଶ କରିଥିଲେ l ଅବସର ପରେ ଶ୍ରୀ ଦଳେଇ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ରହି ସମାଜ ସେବା କାର୍ଯ୍ୟ କରିଆସୁଛନ୍ତି l ତାଙ୍କର ଏହି ଘୋଷଣାକୁ ସବୁମହଲରେ ସ୍ୱାଗତ କରାଯାଇଛି l ତାଙ୍କ ଘର ଚାରିଛକ ନିକଟସ୍ଥ ଭୋଦର ଗ୍ରାମରେ l


