ମହାକାଳପଡାରେ ଦୁଇ ଯୋଡା ବାଲ୍ୟ ବିବାହ ରୋକିଲା ଜିଲ୍ଲା ଶିଶୁ ସୁରକ୍ଷା ଶାଖା

କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ ଥାନା ଅଧିନସ୍ତ ରାମନଗର ଗ୍ରାମରେ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ଶାଖା ପକ୍ଷରୁ ଦୁଇଟି ବାଲ୍ୟ ବିବାହକୁ ରୋକା ଯିବା ସହିତ ଜଣେ ନାବାଳିକାକୁ ଉଦ୍ଧାର କାରାଯାଇଥିବା ଜଣାପଡିଛି । ଉଦ୍ଧାର କରାଯାଇଥିବା ଯୁବତୀଙ୍କୁ ସଂନ୍ଧ୍ୟାରେ ଜିଲ୍ଲା ଶିଶୁ ମଂଗଳ କମିଟି ନିକଟରେ ହାଜର କରାଯିବା ପରେ ସ୍ୱଳ୍ପ ରହଣୀ କେନ୍ଦ୍ର ରେସୱାକୁ ପଠାଇ ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ ରାମନଗର ଗ୍ରାମର ଗୈାରୀ ବୈଦଙ୍କ ପୁଅ ଭବତୋଷ ବୈଦ (୨୫) ସେହି ଗ୍ରାମର ବାଇନ ସାହିର ଜଣେ ୧୭ ବର୍ଷିୟା ନାବାଳିକାକୁ ବିବାହ କରିବା ନିମନ୍ତେ ପ୍ରତିଶୃତି ଦେଇ ଉଭୟ ପରିବାରର ସହମତିରେ ନିଜ ଘରେ ଆଣି ରଖିଥିଲେ । ସେହି ନାବାଳିକୁ କୈାଣସି ସମୟରେ ଭବତୋଷ ଗୁପ୍ତରେ ବିବାହ କରିବାର ସଂମ୍ଭାବନା ଥିଲା । ଏ ସଂପର୍କରେ କୈାଣସି ସୁତ୍ରରୁ ଖବର ଦେବାପରେ କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ଶାଖା ପକ୍ଷରୁ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ଭବତୋଷ ଘରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନେ ନାବାଳିକାକୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିବାପରେ ସେଠାରେ ତାଙ୍କର ବୟାନ ରେକର୍ଡ ହେବା ସହିତ ତାଙ୍କୁ ସ୍ୱଳ୍ପ ରହଣି କେନ୍ଦ୍ର ରେସୱାକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସେହିପରି ସେହି ରାମନଗରର ସୁଶାନ୍ତ ମଣ୍ଡଳଙ୍କ ପୁଅ ସୁଦାମ ମଣ୍ଡଳ (୨୦) ସେହିଗ୍ରାମର ହାଲଦାର ସାହୀର ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ବାଧା ଦେଇଥିଲା । ଉଭୟ ପରିବାର ସେମାନଙ୍କ ପୁଅ ଝିଅକୁ ବିବାହ ଉପଯୋଗୀ ବୟସ ନହେବା ପର୍ଯ୍ୟନ୍ତ ବିବାହ କରିବାକୁ ଦେବେ ନାହିଁ ବୋଲି ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁୁ ସୁରକ୍ଷା ବିଭାଗର ପ୍ରୋବେସନାରୀ ଅଫିସର ବିବେକାନନ୍ଦ ଅତବୁଦ୍ଧି , କାଉନସିଲର କନକଲତା ବେହେରା ,ଅନନ୍ତ କିଶୋର ବେହେରା, ରାଜନଗର ସିଡିପିଓ ମନୋରମା ସ୍ୱାଇଁ ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ । । ଜିଲ୍ଲାର ମହାକାଳପଡା ଓ ରାଜନଗର ଅଂଚଳରେ ପ୍ରତିବର୍ଷ ବହୁଳ ସଂଖ୍ୟାରେ ବାଲ୍ୟ ବିବାହ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । କେତେକ ବିବାହ ଉଭୟ ପକ୍ଷର ସହମତିରେ ହେଉଥିବାବେଳେ , ଅନ୍ୟ କେତେକ ନାବାଳିକା ଓ ନାବାଳକ ପଳାୟନ ପରେ ବିବାହ କରୁଥିବା ନେଇ ସୂଚନା ମିଳିଛିି । ତେବେ ଯୁବକ ସହିତ ଦୀର୍ଘଦିନ ଧରି ନାବାଳିକା ଏକାଠି ରହିବାପରେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ନାବାଳିକା ଶାରିରୀକ ସମ୍ପର୍କକୁ ଅସ୍ୱିକାର କରୁଥିବାରୁ ପୋକସୋ ଆଇନକୁ କାର୍ଯ୍ୟକାରୀ କରାଯାଇପାରୁନଥିବା ପୋଲିସ କହୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ